ପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର: ୫ ଘଣ୍ଟା ପରିଶ୍ରମ ପରେ ଜେସିବି ସାହାଯ୍ୟରେ ବାହାର କଲା ବନ କର୍ମଚାରୀ

0

 

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳର ଲେମ୍ବୁତଇଳାର ପରିତ୍ୟକ୍ତ କୂଅରୁ ୫ ଘଣ୍ଟା ପରିଶ୍ରମ ପରେ ମା’ ଓ ଛୁଆ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବନ ବିଭାଗ।

ସୂଚନାଯୋଗ୍ୟ ଯେ ଲେମ୍ବୁତଇଳା ବିଟ ଅଧୀନସ୍ଥ ଜରପଡ଼ା ବନାଞ୍ଚଳର ଅନ୍ତୁଳିଆ-ତାବଡ଼ା ଜଙ୍ଗଲର ଏକ ୯ ଟିକିଆ ହାତୀପଲ ଖାଦ୍ୟ ସଂଗ୍ରହ ପାଇଁ ବୁଲୁଥିଲେ। ଶନିବାର ବିଳମ୍ବିତ ରାତିରେ ଓଗୀ ଗ୍ରାମର ସହଦେବ ସାହୁଙ୍କ ବଗିଚାରେ ଥିବା ଏକ ପରିତ୍ୟକ୍ତ ଖୋଲା କୂଅରେ ମା’ ଓ ଛୁଆ ହାତୀ ପଡ଼ିଯାଇଥିଲେ। ଖବର ପାଇ ବନ ବିଭାଗ ରାତିରେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଦଳ ହାତୀ ଥିବାରୁ ସମ୍ଭବ ହୋଇ ନଥିଲା। ବନାଞ୍ଚଳ ଅଧିକାରୀ ମାଧବାନନ୍ଦ ନାଏକ ଓ ଫରେଷ୍ଟର ଶ୍ରୀନିବାସ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହାତୀକୁ ଜେସିବି ସାହାଯ୍ୟରେ ଉଦ୍ଧାର କରିଥିଲେ। ପରେ ହାତୀ ଅନ୍ତୁଳିଆ – ତାବଡା ଜଙ୍ଗଲକୁ ପଳାଇଥିଲେ।

Leave A Reply

Your email address will not be published.

error: Content is protected !!