ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଜେପିର ମୋଟର ସାଇକେଲ ରାଲି, ଯୋଗ ଦେଲେ ଶତାଧିକ କର୍ମୀ

You are currently viewing ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଜେପିର ମୋଟର ସାଇକେଲ ରାଲି, ଯୋଗ ଦେଲେ ଶତାଧିକ କର୍ମୀ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଶାଳ ମୋଟର ସାଇକେଲ ରାଲିର ଆୟୋଜନ କରିଥିଲେ।

ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏହି ବିଶାଳ ଶୋଭାଯାତ୍ରାରେ ବହୁ ସଂଖ୍ୟକ ସମର୍ଥକଙ୍କ ସହିତ ପ୍ରତାପ ବାହାରି ହରିମହୁରି ଛକ, ବଜାର ଛକ, ବସଷ୍ଟାଣ୍ଡ ରାଜା ଛକ, ଅମଲାପଡ଼ା, ଶିମିଳିପଡ଼ା, ପିଟିସି ଛକ, କଲେଜ ଛକ, ହାଟଛକ, ମାଟିଆ ସାହି ଛକ, ବଣିଆବାହାଳ ଓ ହୁଲୁରି ଶିଙ୍ଘା ଦେଇ ପୁନର୍ବାର ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ବରିଷ୍ଠ ରାଜନେତା ତଥା ବିଶିଷ୍ଟ ଆଇନଜୀବୀ ଭକ୍ତ ପ୍ରସାଦ ଦାସ, ମୀରା ଗଡ଼ନାୟକ, ଅନୁଗୁଳ ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଯଯାତୀ ପଟ୍ଟନାୟକ, ସଂଯୋଜକ ଦିଲ୍ଲୀପ ଦାସ, ପୌରାଧ୍ୟକ୍ଷା ଅନୁପମା ସାହୁ, ବିଶିଷ୍ଟ ଆଇନଜୀବୀ ତପନ ଦେହୁରୀ, ପୂର୍ବତନ କାଉନସିଲର ସୁନୀଲ କୁମାର ସାହୁ, ବିଜେପି ନେତା ମନୋରଞ୍ଜନ ଜେନା, ଦୁଃଖବନ୍ଧୁ ସାହୁ, ଜିଲ୍ଲା ସମ୍ପାଦିକା ନମିତା ଦଳବେହେରା, କାଉନ୍ସିଲର କୈଳାସ ଚନ୍ଦ୍ର ପ୍ରଧାନ, ସରିତା ମିଶ୍ର ଓ ଜିଲ୍ଲା ଯୁବ ସଭାପତି ସିଦ୍ଧାର୍ଥ ରାଉତରାୟଙ୍କ ସମେତ ବହୁ ଯୁବ କର୍ମୀ ତଥା ଦଳର ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply