ଅନୁଗୁଳରେ ରାଜ୍ୟର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆୟୋଜିତ, ଉପସ୍ଥିତ ଥିଲେ ୭୦ ଜଣ ପେନସନଭୋଗୀ

0

ଅନୁଗୁଳ: ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୀପ୍ତିରାଣୀ ସାହୁ, ବିତ୍ତ ପରାମର୍ଶଦାତା ତଥା ସ୍ଵତନ୍ତ୍ର ଶାସନ ସଚିବ ରତିକାନ୍ତ ମହାପାତ୍ର, ସହକାରୀ ଅର୍ଥ ପରାମର୍ଶଦାତା ତଥା ଉପ-ଶାସନ ସଚିବ ରମେଶ ଚନ୍ଦ୍ର ଘଡ଼ାଇ, ଅତିରିକ୍ତ ହିସାବ ନିୟନ୍ତ୍ରକ ଦିବାରଣୀ ଦୋରା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ସପନ ଜେନା, ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ, ଅନୁଗୁଳ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ମମତା ପ୍ରଧାନ ତଥା ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ପେନସନ ଅଦାଲତରେ ସମୁଦାୟ ୧୭୨ ଟି ପେନସନ ସମ୍ବନ୍ଧୀୟ ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ସେମାନଙ୍କ ମଧ୍ୟରୁ ୭୦ ଜଣ ପେନସନଭୋଗୀ ଉପସ୍ଥିତ ରହି ସେମାନଙ୍କର ବିଭିନ୍ନ ସମସ୍ୟାକୁ ପେନସନ ଅଦାଲତକୁ ଅବଗତ କରାଇଥିଲେ। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

error: Content is protected !!