ବିଜେଡି ସରକାରର ଦୁର୍ନୀତିକୁ ବିରୋଧ: ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କଲା ବିଜେପି

0

ଅନୁଗୁଳ: ବିଜେଡି ସରକାରର ଅଗଣତାନ୍ତ୍ରିକ ଶାସନ, ଦୁର୍ନୀତି ଓ ବ୍ୟଭିଚାର ବିରୁଦ୍ଧରେ ଅନୁଗୁଳ ଓ ଛେଣ୍ଡିପଦା ଶାଖା ଭାରତୀୟ ଜନତା ପାର୍ଟି ତରଫରୁ ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଗଣବିକ୍ଷୋଭ କରାଯାଇଛି।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତ ବେହେରାଙ୍କ ନେତୃତ୍ବରେ ଅନୁଗୁଳ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପଞ୍ଚାୟତବାସୀ ବଅଁରପାଳର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଗଣବିକ୍ଷୋଭ କରିଥିଲେ। ରାଜ୍ୟରୁ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ସଫା ନ କରିବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଥିଲେ। ଏ ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ପତ୍ର ଦିଆଯାଇଥିଲା। ଯଦି ପ୍ରଶାସନ କିମ୍ବା ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ଯ ହେବ ବୋଲି ଚେତାବନୀ ଦେଇଛି।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉପ-ସଭାପତି ଅମିୟ ତ୍ରିପାଠୀ, ବିଧାନସଭାର ପ୍ରଭାରୀ ଯଯାତୀ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଅନିଲ ବେହେରା, ମଣ୍ଡଳ ସଭାପତି ଅଖିଳ ସାମଲ ଓ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ଅଶୋକ ଧୀର, ମଣ୍ଡଳ ସଭାପତି ଫକିର ସାହୁ, ପ୍ରକାଶ ସିଂହ, ମହେଶ୍ବର ବେହେରା, ମାଧବୀ ମହାପାତ୍ର, ରୋଜାଲିନ ଦାସ, ସରପଞ୍ଚ ଜୟନ୍ତୀ ସାହୁ ଓ ଚାପଲିନ ସାହୁ, ସମିତି ସଭ୍ୟ କୀର୍ତ୍ତିମୟୀ ସାମଲ ଓ ସୁବାସ ଜେନା, ରାଧାକାନ୍ତ ପଟ୍ଟନାୟକ, ରାହାସ ବିହାରି ଦାଶ, ଲକ୍ଷ୍ମଣ ଗଡନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ନୃସିଂହ ସାମଲ, ସମସ୍ତ ମୋର୍ଚ୍ଚାର ସଭାପତି, ପଦାଧିକାରୀ, ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!