ମାଲ୍ୟଗିରି ପାହାଡ଼ରେ ଫସିଥିବା ୩ ଯୁବକ ଉଦ୍ଧାର: ୨୨ ଘଣ୍ଟାର ସଂଘର୍ଷ ପରେ ମିଳିଲା ସଫଳତା

You are currently viewing ମାଲ୍ୟଗିରି ପାହାଡ଼ରେ ଫସିଥିବା ୩ ଯୁବକ ଉଦ୍ଧାର: ୨୨ ଘଣ୍ଟାର ସଂଘର୍ଷ ପରେ ମିଳିଲା ସଫଳତା

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ାସ୍ଥିତ ମାଲ୍ୟଗିରି ପାହାଡ଼ରେ ଦୀର୍ଘ ୨୨ ଘଣ୍ଟା ଧରି ଫସି ରହିବା ପରେ ୩ ଜଣ ଯୁବକଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

ବୁଧବାର କେନ୍ଦୁଝର ଅଞ୍ଚଳର ୩ ଯୁବକ ବାପୁନ ମହାନ୍ତ, ଅନନ୍ତ ମୁଣ୍ଡା ଏବଂ ପ୍ରଶାନ୍ତ ପାତ୍ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଅନ୍ୟ ସାଙ୍ଗମାନଙ୍କ ସହ ମାଲ୍ୟଗିରି ପାହାଡ଼ ଚଢ଼ିଥିଲେ। ତେବେ ରାସ୍ତା ଭୁଲିଯିବାରୁ ସେମାନେ ଜଙ୍ଗଲ ଭିତରେ ଫସିଯାଇଥିଲେ। ସନ୍ଧ୍ୟା ହୋଇଯିବାରୁ ସେମାନେ ଏକ ପଥର ଉପରେ ଆଶ୍ରୟ ନେଇଥିଲେ ଏବଂ ରାତିସାରା ବର୍ଷାରେ ଭିଜି କାଟିଥିଲେ।

ଗୁରୁବାର ସକାଳେ ରାସ୍ତା ନ ପାଇବାରୁ ସେମାନେ ‘୧୧୨’କୁ ଫୋନ୍ କରି ଲାଇଭ୍ ଲୋକେସନ୍ ପଠାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୮ ଘଣ୍ଟାର କଠିନ ପରିଶ୍ରମ ପରେ, ସେମାନଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଛି।

Share

Leave a Reply