ପାର୍ଲାମେଣ୍ଟ ଶ୍ରମ, ବସ୍ତ୍ର ଓ କୌଶଳ ବିକାଶ କମିଟିରେ ଯୋଗଦେଲେ ସାଂସଦ ରୁଦ୍ର ନାରାୟଣ ପାଣି: ଇପିଏଫ ପେନସନ, ଇଏସଆଇସି ପାଇଁ କଲେ ଦାବି

0

ଅନୁଗୁଳ : ଦିଲ୍ଲୀ ଗସ୍ତ କରି ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ କମିଟିରେ ଯୋଗ ଦେଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ମଙ୍ଗଳବାର ନୂଆଦିଲ୍ଲୀରେ ଶ୍ରମ, ବସ୍ତ୍ର ଓ କୌଶଳ ବିକାଶ ପାର୍ଲାମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ବି ଆର ବୋମାଇଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ଶ୍ରୀ ପାଣି ଯୋଗ ଦେଇଥିଲେ।

ଏ ଅବସରରେ ସେ ଠିକା ଶ୍ରମିକଙ୍କର ବିଭିନ୍ନ ସମସ୍ୟା, ଶ୍ରମ ସମ୍ବନ୍ଧୀୟ ଇପିଏଫ, ପେନସନ ସମସ୍ୟା ଉପରେ କମିଟିକୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଥିବା ଇଏସଆଇସି ହସ୍ପିଟାଲମାନଙ୍କରେ ତଥା ବିଶେଷ ଭାବେ ଅନୁଗୁଳ ବଳରାମ ପ୍ରସାଦରେ ଥିବା ଇଏସଆଇସି ମେଡିକାଲରେ ଡାକ୍ତର ଓ ମେଡିକାଲ ଷ୍ଟାଫର ଅଭାବକୁ ତୁରନ୍ତ ପୂରଣ କରିବା ଉପରେ ଶ୍ରୀ ପାଣି ଗୁରୁତ୍ୱ ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!