ଅନୁଗୁଳରେ ‘ମୁଁ ବି ହେବି …, ନବୀନ ଓଡ଼ିଶାର ସାରଥୀ’ କାର୍ଯ୍ୟକ୍ରମ ଆୟୋଜିତ, ବିଜେଡିର କାର୍ଯ୍ୟକ୍ରମକୁ ପ୍ରତି ଘରେ ପହଞ୍ଚାଇବାକୁ ପରାମର୍ଶ

You are currently viewing ଅନୁଗୁଳରେ ‘ମୁଁ ବି ହେବି …, ନବୀନ ଓଡ଼ିଶାର ସାରଥୀ’ କାର୍ଯ୍ୟକ୍ରମ ଆୟୋଜିତ, ବିଜେଡିର କାର୍ଯ୍ୟକ୍ରମକୁ ପ୍ରତି ଘରେ ପହଞ୍ଚାଇବାକୁ ପରାମର୍ଶ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ମୁଁ ବି ହେବି … , ନବୀନ ଓଡ଼ିଶାର ସାରଥୀ କାର୍ଯ୍ୟକ୍ରମ ସଭାଘର ଠାରେ ଆୟୋଜିତ ହୋଇଛି।

ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ , ବିଶିଷ୍ଟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼ ବୌମକେଶ ରୟ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସାମିଲ ହୋଇ ଯୁବକ ଓ ଛାତ୍ରମାନଙ୍କୁ ନବୀନ ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମ ଓ ଉଦ୍ଦେଶ୍ୟ ବିଷୟରେ ଦିଗଦର୍ଶନ ଦେବା ସହ ନବୀନ ଓଡିଶାର କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନ ବିହାରି ଦାସ, ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଓ ଧ୍ରୁତୀପ୍ରସାଦ ମାର୍ଥା, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ପାଳଲହଡା ବିଧାୟକ ମୁକେଶ କୁମାର ପାଲ, ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ପ୍ରକାଶ ଡାଙ୍ଗ, ରାଜ୍ୟ ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଛାତ୍ର ଜନତା ଦଳର ସଭାପତି ରାଜୀବ ଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply