ପୁତୁରାକୁ ମାରି ପୋତିଦେଇଥିବା ନେଇ ଥାନାରେ ଅଭିଯୋଗ କଲେ କକା, ମାଟି ଖୋଳି ଶବ ବାହାର କଲା ପୋଲିସ

You are currently viewing ପୁତୁରାକୁ ମାରି ପୋତିଦେଇଥିବା ନେଇ ଥାନାରେ ଅଭିଯୋଗ କଲେ କକା, ମାଟି ଖୋଳି ଶବ ବାହାର କଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାଣ୍ଡସର ଗାଁରେ ମଙ୍ଗଳବାର ପୁତୁରାର ମୃତ୍ୟୁ ହୋଇଥିବା ନେଇ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି ସାନ କେରଜାଙ୍ଗର ଦାଦା ମିଲୁ ନାଏକ।
ସୂଚନା ମୁତାବକ, ସାନ କେରଜାଙ୍ଗର ମିଲୁ ନାଏକଙ୍କ ବଡ଼ ଭାଇ ଦିଲ୍ଲୀପ ନାଏକ କାଣ୍ଡସରର କଳ୍ପନା ନାଏକଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ତିନିଟି ପିଲା ଅଛନ୍ତି। ତେବେ ଦିଲ୍ଲୀପଙ୍କ ମୃତ୍ୟୁ ପରେ କଳ୍ପନା ବାପ ଘର କାଣ୍ଡସରରେ ରହୁଥିଲେ। ଦିଲ୍ଲୀପଙ୍କ ବଡ଼ ଭାଇଙ୍କ ପାଖରେ ଦୁଇ ପିଲା ରହୁଥିବା ବେଳେ ସାନ ପୁଅ ଆୟୁଷ କଳ୍ପନାଙ୍କ ପାଖରେ ରହୁଥିଲେ।

ଗତ ୩୦ ତାରିଖରେ ଆୟୁଷର ମୃତ୍ୟୁ ଖବର ଦାଦା ମିଲୁ ପାଇଥିଲେ। ସେ କାଣ୍ଡସର ଆସି ଦେଖିଲା ବେଳକୁ ପୁତୁରାଙ୍କୁ ପୋତି ଦିଆଯାଇଥିଲା। ଏ ନେଇ ସେ ନାଲକୋ ଥାନାରେ ପୁତୁରାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ନାଲକୋ ପୋଲିସ ଆଜି କାଣ୍ଡସର ମଶାଣି ପଡ଼ିଆକୁ ଯାଇ ପୋତା ଯାଇଥିବା ଆୟୁଷର ମୃତ ଶରୀରକୁ ବାହାର କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ ବୋଲି ନାଲକୋ ଥାନା ଅଧିକାରୀ କହିଛନ୍ତି।

Share

Leave a Reply