ଜମି ବାଡ଼ି ବିବାଦ: ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଗଲା ଜଣକ ଜୀବନ

You are currently viewing ଜମି ବାଡ଼ି ବିବାଦ: ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଗଲା ଜଣକ ଜୀବନ

ଅନୁଗୁଳ: ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛି ପଡ଼ୋଶୀ।
ଘରକୁ ଲାଗିଥିବା ରାସ୍ତାକୁ ନେଇ ଗାଁର ଯୁଧିଷ୍ଠିର ପ୍ରଧାନଙ୍କର ପଡ଼ୋଶୀ ଜିତୁ ପ୍ରଧାନଙ୍କ ସହ ପୂର୍ବରୁ ବିବାଦ ଥିଲା। ଆଜି ସକାଳେ ଏହି କଥାକୁ ନେଇ ଯୁଧିଷ୍ଠିର ଓ ପଡୋଶୀ ଜିତୁ ପ୍ରଧାନ,ବଦୂର ପ୍ରଧାନ ଓ ଉପମି ପ୍ରଧାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବଢିବାରୁ ଜିତୁ ଏକ ଠେଙ୍ଗାରେ ଯୁଧିଷ୍ଠିରଙ୍କ ମୁଣ୍ଡକୁ ପିଟି ଦେବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏନେଇ ଯୁଧିଷ୍ଠିରଙ୍କ ପୁଅ କ୍ଷୀରୋଦ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

Share

Leave a Reply