ରାତି ଅଧିଆ ବାସନ୍ତୀ ଦୁର୍ଗା ମାଧବଙ୍କ ମନ୍ଦିରରୁ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

0

ଅନୁଗୁଳ : ସ୍ଥାନୀୟ କାଙ୍ଗୁଲା ପଞ୍ଚାୟତ ବେନ୍ତପୁର ଗ୍ରାମର ମା’ ବାସନ୍ତୀ ଦୁର୍ଗା ମାଧବଙ୍କ ବିଗ୍ରହରୁ କେହି ଗହଣା ଚୋରି କରି ନେଇ ଯାଇଛି। ଦେବୀଙ୍କ ମୁଖରୁ ରୁପା ଆଖି, ନାକ, ପାଟି ଓ କାନ ଚୋରି ହୋଇଛି।
ଆଜି ପୂର୍ବାହ୍ନରେ ମନ୍ଦିରର ପୂଜକ ନାରାୟଣ ମହାପାତ୍ର ମନ୍ଦିର ଦ୍ବାର ନିକଟରେ ପହଞ୍ଚିବା ବେଳକୁ କବାଟ ଅଧା ଖୋଲା ଥିଲା ଓ ତାଲା ତଳେ ପଡିଥିଲା। ସେ ମନ୍ଦିର ଭିତରକୁ ଯାଇ ଦେଖିବା ବେଳକୁ ମା’ଙ୍କର ସମସ୍ତ ଅଳଙ୍କାର ଚୋରି ହୋଇଯାଇଥିଲା। ଏନେଇ ସେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!