ଧାନ ବିଲ ତଳିକୁ ନେଇ କଟୁରି ଓ ତେଣ୍ଡାରେ ଭୁସି ଜଣଙ୍କୁ ହତ୍ୟା, ମହିଳାଙ୍କ ସମେତ ୨ ଅଭିଯୁକ୍ତ ଅଟକ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରେଣୀ ପଞ୍ଚାୟତ ନାରାୟଣ ଚନ୍ଦ୍ରପୁର ଗ୍ରାମରେ କଟୁରି ଓ ତେଣ୍ଡାରେ ଭୁସି ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଫଡ଼ି ନାଏକ(୪୦)। ଧାନ ବିଲ ତଳିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାଯାଇଛି। ଖବର ପାଇ ବଅଁରପାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଓ ମହିଳାଙ୍କୁ ଅଟକ ରଖିଛି।

Leave A Reply

Your email address will not be published.

error: Content is protected !!