ସୌଭାଗ୍ୟନଗରରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା !

You are currently viewing ସୌଭାଗ୍ୟନଗରରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା !

ଅନୁଗୁଳ: ମଙ୍ଗଳବାର ବଡି ଭୋର ସମୟରେ ଅନୁଗୁଳ ସୌଭାଗ୍ୟନଗର ହୋମଗାର୍ଡ କାର୍ଯ୍ୟାଳୟ ନିକଟ ପଡ଼ିଆରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି। ବେକରେ ଗାମୁଛା ଓ ଶାଢ଼ୀ ଗୁଡ଼ାଇ ହତ୍ୟା କରା ଯାଇଥିବା ଜଣା ପଡ଼ିଛି। ମୃତକ ସ୍ଥାନୀୟ ବିନୋଦିନୀ ଗୋଚ୍ଛାୟତ ବୋଲି ଚିହ୍ନଟ ହୋଇଛି। ମୃତକଙ୍କ ବୟସ ପ୍ରାୟ ୨୮ । ବିନୋଦିନୀର ବାପଘର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିନୋଦିନୀ କାହୁଁକୁ ବିବାହ କରିଥିଲା। ତାର ପାଞ୍ଚଟି ପିଲା ଛୁଆ ମଧ୍ୟ ଅଛନ୍ତି। ତେବେ ଗତ ଆଠ ମାସ ତଳେ ସେ ଶୁକଦେବ ନାମକ ଅନ୍ୟ ଜଣେ ଲୋକ ସହ ପଳାଇ ଥିଲା। ଦ୍ଵିତୀୟ ସ୍ବାମୀ ସହ ରହୁଥିବା ବେଳେ ତା ସହ ବିନୋଦିନୀର ଅନେକ ସମୟରେ ଝଗଡା ହେଉଥିଲା।

ବିନୋଦିନୀ ଗତ କିଛି ଦିନ ହେବ ବାପ ଘରକୁ ଆସିଥିଲା। ତେବେ ଆଜି ଶୌଚ ହେବାକୁ ବଡି ଭୋରରୁ ଘରୁ ବାହାରି ଯାଇଥିବା ବେଳେ ଆଉ ଫେରି ନଥିଲା। ଖୋଜା ଖୋଜି ପରେ ସ୍ଥାନୀୟ ପଡ଼ିଆରେ ତାର ମୃତ ଦେହ ମିଳିଥିଲା। ଦ୍ଵିତୀୟ ସ୍ବାମୀ ଏହି ମାମଲାରେ ସଂପୃକ୍ତ ଥାଇ ପାରେ ବୋଲି ବିନୋଦିନୀର ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଖବରପାଇ ତଦନ୍ତ ଆରମ୍ଭ କରିଛି ।

Share

Leave a Reply