ଅନୁଗୁଳ: ଆଜି ସକାଳେ ଜରପଡା ଥାନା ତୁକୁଡ଼ା କୁର୍ତିଗୋଠ ରେଳ ଧାରଣା କଡରେ ଜଣେ ଯୁବକର କ୍ଷତ ବିକ୍ଷତ ଶବ ଦେଖିବାକୁ ମିଳିଥିଲା। ଚାରି ପାଖର ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଯୁବକ ଜଣକର ବୟସ ପଚିଶ ରୁ ତିରିଶ ଭିତରେ ହେବ। ତାଙ୍କ ଆଖି ଦୁଇଟି ତଡ଼ା ଯାଇଥିବାରୁ ଏହା ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇନଥିବା ଜଣାପଡିଛି। ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରେଳ ଧାରଣା କଡରେ କ୍ଷତ ବିକ୍ଷତ ଶବ
- Post published:August 28, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
