ବସନ୍ତିକ ଦୁର୍ଗା ପାର୍ବଣରେ ନବକୁମାରୀ ପୂଜା

You are currently viewing ବସନ୍ତିକ ଦୁର୍ଗା ପାର୍ବଣରେ ନବକୁମାରୀ ପୂଜା

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ମା’ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାସନ୍ତିକ‌ ଦୁର୍ଗା ପାର୍ବଣ ଅବସରରେ ରବିବାର ନବକୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସକାଳେ ହୋମ ଯଜ୍ଞ ନିତିକାନ୍ତି ସହ ଷୋଡଶ ଉପଚାରରେ ପୂଜା ପରେ ଅପରାହ୍ନରେ ନବ କୁମାରୀ ପୂଜା କରାଯାଇଥିଲା। ଦୁଇ ରୁ ଦଶ ବର୍ଷ ମଧ୍ୟରେ ନ’ ଜଣ କୁମାରୀ କନ୍ୟାଙ୍କୁ ନ’ ଦେଵୀ ବେଶରେ ସଜ୍ଜିତ କରାଯାଇଥିଲା। ଭକ୍ତ ମାନେ ନବ କୁମାରୀଙ୍କ ପାଦ ଧୋଇ ଅକ୍ଷତ,ପୁଷ୍ପ ଆଦି ଅର୍ପଣ କରିବା ପରେ ଆଶୀର୍ବାଦ ନେଇଥିଲେ।ପୁରାଣ ଅନୁସାରେ ନବ କୁମାରୀଙ୍କୁ ଦୁର୍ଗାଙ୍କ ନ’ ସ୍ୱରୂପ ବୋଲି ବିବେଚନା କରାଯାଏ।ସେମାନଙ୍କ ଆଶିଷ ନେଲେ ଅଶେଷ କଲ୍ୟାଣ ହୁଏ ବୋଲି ବିଶ୍ୱାସ ରହିଛି।

Share

Leave a Reply