ରାଣୀଗୋଡ଼ା ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ

You are currently viewing ରାଣୀଗୋଡ଼ା ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡା ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଶିବ ବିବାହ ଆଡମ୍ବର ସହକାରେ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ରାଣୀଗୋଡ଼ାର ରାଜେନ୍ଦ୍ର କୁମାର ସାହୁ କନ୍ୟାପିତା ଭାବେ ଦାୟିତ୍ଵ ନେଇଥିବା ବେଳେ ଶିମିଳିପଡ଼ା ଭାରତ ନଗରର ଅରୁଣ କୁମାର ରାଉତ ବରପିତା ଭାବେ ଦାୟିତ୍ଵ ତୁଲାଇଥିଲେ।

ବିବାହ ଉତ୍ସବ ଅବସରରେ ବାରାତ ମଧ୍ୟାହ୍ନରେ ବାହାରିଥିଲା। ବାଜା, ବାଣ ସହ ସୁସଜ୍ଜିତ ପଟୁଆର ମନ୍ଦିର ପର୍ଯ୍ୟନ୍ତ ଆସିବା ପରେ ହରପାର୍ବତୀଙ୍କ ଦିବ୍ୟ ବିବାହଉତ୍ସବ ଅନୁଷ୍ଠିତ ହୋଇଥିଲା। ନିତିକାନ୍ତି ସହ ହୋମ ଯଜ୍ଞ ଆୟୋଜିତ ହୋଇଥିଲା।ଅପରାହ୍ନରେ ହଜାର ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା। ଭକ୍ତ ମାନେ ହରଗୌରୀଙ୍କ ଦର୍ଶନ କରି କୃପାଭିକ୍ଷା କରିଥିଲେ।ରାତିରେ ମଧ୍ୟ ବିବାହ ଅବସରରେ ଆକର୍ଷଣୀୟ ଶୋଭାଯାତ୍ରା ଗାଁ ପରିକ୍ରମା କରିବାର କାର୍ଯ୍ୟକ୍ରମ ଅଛି।

ସେହିଭଳି ଆଜି ଠାରୁ ତିନି ଦିନ ଧରି ଦଣ୍ଡ ନୃତ୍ୟ  ମଧ୍ୟ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply