ନବକୃଷ୍ଣ ଚୌଧୁରୀଙ୍କ ୩୮ତମ ପୂଣ୍ୟତିଥି

You are currently viewing ନବକୃଷ୍ଣ ଚୌଧୁରୀଙ୍କ ୩୮ତମ ପୂଣ୍ୟତିଥି

ଅନୁଗୁଳ: ସ୍ଵାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୩୮ତମ ପୂଣ୍ୟତିଥି ସ୍ଥାନୀୟ ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ ଶୁକ୍ରବାର ପାଳିତ ହୋଇଯାଇଛି। ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାରର ସଭାପତି ନିରାକାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ମରଣ ସଭାର ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର ଅନ୍ୟତମ ଆବାହକ ଅଭିମନ୍ୟୁ ସ୍ଵାଇଁ, ଭିକାରୀ ପ୍ରଧାନ, ବ୍ରଜବନ୍ଧୁ ସାହୁ ପ୍ରମୁଖ ବକ୍ତବ୍ୟ ଦେଇ ସ୍ଵାଧୀନତା ଆନ୍ଦୋଳନ ବିଶେଷକରି ଗଡ଼ଜାତ ପ୍ରଜାଆନ୍ଦୋଳନରେ ତାଙ୍କର ସଂଗ୍ରାମୀ ଭୂମିକା ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ଐତିହାସିକ ଭୂସଂସ୍କାର ଆଇନ୍, ନିଶା ନିବାରଣ ଆଇନ୍ ପ୍ରଣୟନ, ଓଡିଆ ଭାଷାକୁ ସରକାରୀ ଭାଷା କରିବା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ମଧ୍ୟ ଅତ୍ୟନ୍ତ ସରଳ, ନିରାଡମ୍ବର, ସାଧାରଣ ଜୀବନଯାପନ କରୁଥିଲେ ଏବଂ ସବୁଠାରୁ ଅବହେଳିତ ଆଦିବାସୀ, ଚାଷୀମୂଲିଆ, ଗରିବ ଖଟିଖିଆ ମଣିଷର ବିକାଶ ପାଇଁ ଆଜୀବନ ସଂଗ୍ରାମ କରିଯାଇଛନ୍ତି ବୋଲି ପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଦାମୋଦର ଦାସ, ତ୍ରେତାନନ୍ଦ ସାମନ୍ତ, ତୀର୍ଥବାସୀ ଭୋଇ, ନିରୋଦ ପାଳ, ବଳରାମ ବେହେରା, ସୁବାସ ପ୍ରଧାନ, ନିରଞ୍ଜନ ନାୟକ, ସରୋଜିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply