କାର୍ ଧକ୍କାରେ ନାବାର୍ଡ କର୍ମଚାରୀ ଗୁରୁତର

You are currently viewing କାର୍ ଧକ୍କାରେ ନାବାର୍ଡ କର୍ମଚାରୀ ଗୁରୁତର

ଅନୁଗୁଳ: ଆଜି ଅପରାହ୍ନରେ ଜରପଡା ଥାନା ମରାତିରା ନିକଟରେ ଏକ କାର୍ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଅରୋହି ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ, ଅନ୍ତୁଳିଆ ପାଞ୍ଚାୟତ ଭାଲୁମୁଣ୍ଡା ଗାଁର ଗଣେଶ୍ୱର ପ୍ରଧାନ ନାବାର୍ଡର ଜଣେ କର୍ମଚାରୀ। ସେ ବାଇକ ଯୋଗେ ଘରକୁ
ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ଟି ତାଙ୍କୁ ଧକ୍କା ଦେଇଥିଲା।ଏଥିରେ ଗଣେଶ୍ୱର ଗୁରୁତର ଆହତ ହୋଇଛନ୍ତି। ଜଣେ ଥାନା କର୍ମଚାରୀ କାର୍ ରେ ଥିଲେ ବୋଲି କୁହାଯାଉଛି। ଗୁରୁତର ଗଣେଶ୍ୱରଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି।

Share

Leave a Reply