ଦିନ ଦ୍ଵିପ୍ରହରରେ ବଅଁରପାଳରେ ଏକାଧିକ ଛିନତାଇ: ବାଇକରେ ଆସି ଝାମ୍ପି ନେଲେ ମଙ୍ଗଳସୂତ୍ର, ଚେନ୍ ଓ ମୋବାଇଲ

You are currently viewing ଦିନ ଦ୍ଵିପ୍ରହରରେ ବଅଁରପାଳରେ ଏକାଧିକ ଛିନତାଇ: ବାଇକରେ ଆସି ଝାମ୍ପି ନେଲେ ମଙ୍ଗଳସୂତ୍ର, ଚେନ୍ ଓ ମୋବାଇଲ

ଅନୁଗୁଳ: ବଅଁରପାଳରେ ଦିନ ଦ୍ଵିପ୍ରହରରେ ଛିନତାଇ। ସୋମବାର ବଅଁରପାଳ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ବନ୍ଦା ଓଭରବ୍ରିଜ ପାଖରେ ଦୁଇଟି ଲୁଟ ହୋଇଛି। ଦୁଇ ଯୁବକ ବାଇକରେ ଆସି ମଙ୍ଗଳସୂତ୍ର, ସୁନା ଚେନ ଓ ମୋବାଇଲ ଫୋନ ଝାମ୍ପିନେଇ ଫେରାର ହୋଇ ଯାଇଛନ୍ତି।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ଓଭରବ୍ରିଜ ପାଖ ବନ୍ଦା ଛକରେ ଜଣେ କଲେଜ ଛାତ୍ରୀ ଠିଆହୋଇ ମୋବାଇଲ ଦେଖୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କ ହାତରୁ ମୋବାଇଲ ଫୋନ ଛଡାଇ ନେଇ ଅନୁଗୁଳ ଆଡ଼େ ପଳାଇଥିଲେ।

ସେହିପରି ଓଭରବ୍ରିଜ ତଳେ ଥିବା ଗିରି ଗୋବର୍ଦ୍ଧନ ନଗରର ସୁଧାକର ସାହୁଙ୍କ ପତ୍ନୀ ଓ ତାଙ୍କ ଖୁଡ଼ି ଶାଶୁ ନିଜ ଘର ସାମ୍ନାରେ ଥିବା ରାସ୍ତାରେ ସନ୍ଧ୍ୟାରେ ଠିଆ ହୋଇ କଥା ହେଉଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ସେଠାରେ ପହଞ୍ଚିଥିଲେ। ଜଣେ ଯୁବକ ବାଇକରେ ବସିଥିବା ବେଳେ ଅନ୍ୟ ଯୁବକ ଜଣକ ସେମାନଙ୍କ ପାଖକୁ ଆସି ଏଠାରେ ଜେସିବି କିଏ ଭଡ଼ାରେ ଦେଉଛି ଓ ଘର ଭଡ଼ା ମିଳିବ କି ବୋଲି ପଚାରିଥିଲେ। ସେହି ସମୟରେ ଖୁଡ଼ି ଶାଶୁ ନିକଟରେ ଥିବା ନିଜ ଘରକୁ ଚାଲି ଯାଇଥିଲେ।ସୁଧାକରଙ୍କ ପତ୍ନୀ ନିଜ ଘରକୁ ଫେରିବା ସମୟରେ ଉକ୍ତ ଯୁବକ ହଠାତ ପଛପଟୁ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ରକୁ ଝାମ୍ପି ନେଇ ବାଇକରେ ବସି ସାପ୍ତାହିକ ହାଟ ଆଡ଼େ ଚମ୍ପଟ ମାରିଥିଲେ। ମହିଳା ଜଣକ ତଳେ ପଡ଼ି ଯାଇଥିବା ବେଳେ ତାଙ୍କ ବେକ କଟିଥିବା ଜଣାପଡ଼ିଛି। ତେବେ ଖବର ଲେଖା ହେବା ଯାଏଁ ଏ ବିଷୟରେ ଥାନାରେ ଅଭିଯୋଗ ହୋଇ ନାହିଁ।

Share

Leave a Reply