ଏବିଭିପି ପକ୍ଷରୁ ନଗର ସମ୍ମିଳନୀ: ସଂଗଠନର ଲକ୍ଷ୍ୟ, ଆଦର୍ଶ, ମୂଳମନ୍ତ୍ର ନେଇ ଆଲୋଚନା

You are currently viewing ଏବିଭିପି ପକ୍ଷରୁ ନଗର ସମ୍ମିଳନୀ: ସଂଗଠନର ଲକ୍ଷ୍ୟ, ଆଦର୍ଶ, ମୂଳମନ୍ତ୍ର ନେଇ ଆଲୋଚନା

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କିଶୋର ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପେ କିଶୋର ନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ଦାସ ମୁଖ୍ୟବକ୍ତା ରୂପେ ଗୌରବ ଥାଟି ସଙ୍ଘର ପଟ୍ଟ ପରିବର୍ତ୍ତନ ବିଷୟରେ କହିଥିଲେ ଏବଂ ଅନୁଗୁଳ ଜିଲ୍ଲାର ଜିଲ୍ଲା ସଂଯୋଜକ ଉମେଶ ବାଘ ସଂଗଠନର ଲକ୍ଷ୍ୟ, ଆଦର୍ଶ, ମୂଳମନ୍ତ୍ର ଏବଂ କ୍ୟାମ୍ପସର କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ପୂର୍ବ ବର୍ଷର କିଶୋରନଗର ନଗରର ବାର୍ଷିକ ବିବରଣୀ ପ୍ରଦାନ କଲେ। ପୁରୁଣା ଟିମକୁ ଭଙ୍ଗ କରି ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ନୂତନ ନଗର ସଭାପତି ଜୟକୃଷ୍ଣ ପ୍ରଧାନ, ନଗର ସମ୍ପାଦକ ଧବଳେଶ୍ୱର ବେହେରା, ସହ ସମ୍ପାଦକ ସାଗର ସାହୁ, ଯଶୋବନ୍ତ ନାଏକ, ଆକାଶ ସାହୁ, ଷ୍ଟୁଡେଣ୍ଟ ଫୋର ଡେଭଲପମେଣ୍ଟ ଅଙ୍କିତ ନାଏକ, ଷ୍ଟୁଡେଣ୍ଟ ଫୋର ସେବା ରୁଦ୍ର ନାରାୟଣ ଭୋଇ, ରାଷ୍ଟ୍ରୀୟ କଳା ମଞ୍ଚ ଅଙ୍କିତ ପ୍ରଧାନ, ଖେଳ ଭାରତ ମିଡିଆ ସାହିଲ ପ୍ରଧାନ, ସୋସିଆଲ ମିଡିଆ ଯଶୋବନ୍ତ ନାଏକ, ଛାତ୍ରୀପ୍ରମୁଖ ତୃପ୍ତିମୟୀ ପ୍ରଧାନ, ଅର୍ପିତା ନାୟକଙ୍କ ଭଳି ୩୦ ଜଣିଆ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅସିତ ରଞ୍ଜନ ପ୍ରଧାନ ମଞ୍ଚ ପରିଚାଳନା କରୁଥିଲେ। ଶେଷରେ ନଗର ସମ୍ପାଦକ ଆଗାମୀ କାର୍ଯ୍ୟକ୍ରମର ବିବରଣୀ ଦେବା ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ।

Share

Leave a Reply