ନକଲି ଗାଡ଼ି ନମ୍ୱରରେ ମଦ ଚାଲାଣ: ଅସଲି ମାଲିକ ହରଡ଼ଘଣାରେ

You are currently viewing ନକଲି ଗାଡ଼ି ନମ୍ୱରରେ ମଦ ଚାଲାଣ: ଅସଲି ମାଲିକ ହରଡ଼ଘଣାରେ

ଅନୁଗୁଳ: ମଦ ମାଫିଆ ମାନେ ଗାଡ଼ି ମଟରରେ ଅନ୍ୟର ନମ୍ୱର ପ୍ଲେଟ ଲଗାଇ ମଦ ଚାଲାଣ କରୁଥିବାବେଳେ ଧରା ପଡିଲେ ବିଚରା ଅସଲି ମାଲିକ ହରଡ଼ଘଣାରେ ପଡ଼ୁଛି।ଏଭଳି ଏକ ଅଭିଯୋଗ ଆଣିଛନ୍ତି ଅନୁଗୁଳ ଲିଙ୍ଗରା ଯୋଡ଼ି ଗ୍ରାମର ଉପେନ୍ଦ୍ର ପଟ୍ଟନାୟକ।ଗତ ୨୫ ତାରିଖରେ ଖଲିକୋଟ ଅବକାରୀ ବିଭାଗରୁ ଏକ ନୋଟିସ ଦିଆଯାଇଛି ଯେଉଁଥିରେ ଉପେନ୍ଦ୍ରଙ୍କ ହିରୋ ପ୍ୟାସନ୍ ପ୍ଲସ ମଟର ସାଇକେଲ ଓଡ଼ି୧୯-ଏଚ୍-୫୬୪୩ ରେ ୪୨ ଲିଟର ଦେଶୀ ମଦ ଚାଲାଣ ହେଉଥିଲା ଏବଂ ନାରାୟଣ ସେଠୀ ଏହାକୁ ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଏଭଳି ଅଭିଯୋଗକୁ ଉପେନ୍ଦ୍ର ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ସେ ଏଭଳି କୌଣସି କାର୍ଯ୍ୟରେ ସଂପୃକ୍ତ ନାହାନ୍ତି ବୋଲି ସଫେଇ ଦେଇଛନ୍ତି।

Share

Leave a Reply