ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନାକିଚି ଶିଶୁ ମନ୍ଦିରରେ ଦୁଇ ଦିନ ବ୍ୟାପୀ ଶନିବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଦୀପକ କୁମାର ସାହୁ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଦୌଡ଼, ପୁଚି, ମ୍ୟୁଜିକ୍ ଚେୟାର୍ ଭଳି ବିଭିନ୍ନ କ୍ରୀଡା ହୋଇଥିଲା। ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ଯ କୋଦଣ୍ଡଧର ପ୍ରଧାନଙ୍କ ସଭାପତିତ୍ୱରେ ହୋଇଥିବା ଉଦଯାପନୀ କାର୍ଯ୍ୟକ୍ରମରେ ସିଆରସିସି ପ୍ରତାପ ଚନ୍ଦ୍ର ନାୟକ ଓ ବିଦ୍ୟାଳୟ ସଭାପତି ବିରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ସେହିପରି ଏହି କ୍ରୀଡ଼ ପ୍ରତିଯୋଗିତାକୁ ମିଲିବାଳା ସାହୁ ପରିଚାଳନା କରିଥିଲେ।
ନାକିଚି ଶିଶୁ ମନ୍ଦିରରେ କ୍ରୀଡା ପ୍ରତିଯୋଗିତା ଆୟୋଜିତ
- Post published:November 23, 2025
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau
Tags: Angul


