ନାଲକୋ ବିଶ୍ୱକର୍ମା ପୂଜାରେ ଭିଡ଼, ଟ୍ରାଫିକ ନିୟନ୍ତ୍ରଣରେ ଅବ୍ୟବସ୍ଥା

You are currently viewing ନାଲକୋ ବିଶ୍ୱକର୍ମା ପୂଜାରେ ଭିଡ଼, ଟ୍ରାଫିକ ନିୟନ୍ତ୍ରଣରେ ଅବ୍ୟବସ୍ଥା

ଅନୁଗୁଳ: ନାଲକୋ ନଗରରେ ଦୀର୍ଘ ଚାରି ଦଶନ୍ଧି ଧରି ପାଳିତ ବିଶ୍ୱକର୍ମା ପୂଜାର ଶୁକ୍ରବାର ତୃତୀୟ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ ଦେଖାଯାଇଥିଲା। ଅନୁଗୁଳ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦର୍ଶକ ୧୯ଟି ପୂଜା ମଣ୍ଡପ ଓ ଗୋପବନ୍ଧୁ ପାର୍କରେ ପଲ୍ଲୀଶ୍ରୀ ମେଳାରେ ମଜା ଉଠାଇଥିଲେ। ମଧୁସୂଦନ ପାର୍କ ନିକଟରେ ଦୋଳି, ଖାଦ୍ୟ ଦୋକାନ ଓ ରଙ୍ଗୀନ ଆଲୋକମାଳାରେ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା।

କିନ୍ତୁ ଟ୍ରାଫିକ ନିୟନ୍ତ୍ରଣରେ ବିଫଳତା ଯୋଗୁଁ ୫୫ ନମ୍ବର ଜାତୀୟ ରାଜପଥରେ ଦର୍ଶକମାନେ ଘଣ୍ଟା ଘଣ୍ଟା ରାସ୍ତାରେ ଫସି ରହିଥିଲେ। ଅନୁଗୁଳ ସହରରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଭିଡ଼ ରହିଥିଲା। ମହିଳା ପକେଟମାରଙ୍କ ଉପଦ୍ରବ ଓ ଶୌଚାଳୟ ଅଭାବ ମଧ୍ୟ ଦର୍ଶକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା।

Share

Leave a Reply