ଅନୁଗୁଳ: ନାଲକୋ ସିପିପିର ସିଆରଏସ୍ ବିଭାଗର ଡିଜିଏମ୍ ଏସ୍.ଏସ୍. ନାଥନ ଓ ଟେକ୍ନିସିଆ ସୁରେଶଚନ୍ଦ୍ର ସାହୁ ଭରତପୁର କୋଲ କ୍ୟାବିନ୍ ପରିଦର୍ଶନରେ ଯାଇଥିବା ବେଳେ ଠିକା ଶ୍ରମିକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ୧୦ରୁ ୧୫ ଜଣ ଶ୍ରମିକ ଉଭୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି । ଏତଲା ପରେ ପୁଲିସ ଏକ କେସ୍ ରୁଜୁ କରିବା ସହ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି ।ଏ ଘଟଣାକୁ ନାଲକୋ ଅଫିସର୍ସ ସଂଘ ସଭାପତି ପ୍ରସନ୍ନ ମଲ୍ଲିକ, ସମ୍ପାଦକ ନଳିନୀକାନ୍ତ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ନିନ୍ଦା କରିବା ସହ ବିହିତ ପଦକ୍ଷେପ ନେବାକୁ ନାଲକୋ ଇଡ଼ି, ମାନବସମ୍ବଳ ମହାପ୍ରବନ୍ଧକ, ସିପିପି ଜିଏମଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ନାଲ୍କୋ ଅଧିକାରୀଙ୍କୁ ହତ୍ୟା ଧମକ, ଯୁବକ ଅଟକ
- Post published:April 4, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
