ଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

You are currently viewing ଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଅନୁଗୁଳ: ପୂର୍ବତ୍ତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜେଏସ୍‌ପିଏଲ୍ ଓପି ଜିନ୍ଦଲ ସ୍କୁଲରେ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି।

ବରଗଡ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକ ପତ୍ରିକା କୋଶଲ ଟାଇମ୍ ପକ୍ଷରୁ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାଷାବିତ୍ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦାନ କରି ଅବଦୁଲ କଲାମଙ୍କୁ ଚିତ୍ରାଙ୍କନ ଦ୍ବାରା ଶ୍ରଦ୍ଧାଞ୍ଜଳି ଦେବା ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏମ୍ ନାଗାରାଜୁ, କଟକ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଲଜିତ ସିଂହ ଯୋଗଦାନ କରି ଯୁବକମାନେ କଲାମଙ୍କ ପଥ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଗୋବିନ୍ଦପୁର ମହାବିଦ୍ୟାଳୟ ଅଧ୍ୟାପକ ଡଃ ଶୁଭ୍ରାଂଶୁ ପଟ୍ଟନାୟକ ଯୋଗଦେଇ ଅବଦୁଲ କଲାମ ଓ ନବକୃଷ୍ଣ ଚୌଧୁରୀଙ୍କ ବ୍ୟକ୍ତିତ୍ବରେ ଥିବା ସମାନତା ଉପରେ ଆଲୋଚନା କରିଥିଲେ। ଏଥିରେ ଓପି ଜିନ୍ଦଲ୍ ସ୍କୁଲ୍‌ର ଅଧ୍ୟକ୍ଷ ଅତନୁ ରଥ କଲାମଙ୍କ ସ୍ମାରକୀ ଅତିଥିମାନଙ୍କୁ ପ୍ରଦାନ କରିଥିଲେ।

କୋଶଲଟାଇମର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ର କଲାମଙ୍କ ନିଧନ ପରଠୁ ତାଙ୍କର ଦେଶ ପ୍ରତି ଥିବା ଅବଦାନର ସ୍ମୃତିଚାରଣ ସହ ତାଙ୍କ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ କୋଶଲଟାଇମ୍ ଆନୁକୂଲ୍ୟରେ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ଆୟୋଜିତ କରାଯାଉଥିବା ସୂଚନା ପ୍ରଦାନ କରିଥିଲେ।

ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ୬ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ସାହୁ, ବିଇଡି କଲେଜର କଳାଶିକ୍ଷକ ଚନ୍ଦ୍ରଶେଖର ମହାନ୍ତି ବିଚାରକ ଭାବେ ଯୋଗଦାନ କରିଥିଲେ। ଛାତ୍ରୀ ରିୟା ଚତୁର୍ବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply