୧୨ ଘଣ୍ଟା ଧରି ନାଲକୋର ନିଜସ୍ୱ ରେଳପଥ ଅବରୋଧ କଲେ କ୍ଷତିଗ୍ରସ୍ତ ପ୍ରଜା

You are currently viewing ୧୨ ଘଣ୍ଟା ଧରି ନାଲକୋର ନିଜସ୍ୱ ରେଳପଥ ଅବରୋଧ କଲେ କ୍ଷତିଗ୍ରସ୍ତ ପ୍ରଜା

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା କର୍ଣ୍ଣପୁର ଗାଁ ଦେଇ ଯାଇଥିବା ନାଲକୋର ନିଜସ୍ୱ ରେଳ ପଥକୁ ଆଜି ଜମିହାର ପ୍ରଜା ଓ ନାଲକୋ ସ୍ପୋନ୍ସର LAP ITI କ୍ଷତିଗ୍ରସ୍ତ ପ୍ରଜା ସଂଘ ଅବରୋଧ କରିଛନ୍ତି। ୧୨ ଘଣ୍ଟା ଧରି କରାଯାଇଥିବା ଏହି ଅବରୋଧ ଢେଙ୍କାନାଳର ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣପୁରର ସରପଞ୍ଚ ପାର୍ଥ ପ୍ରଧାନ, ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୁତିଆ, କାଉନସିଲର ଖାଁ ବାବୁ, ଢେଙ୍କାନାଳ ସାଂସଦଙ୍କ ବ୍ୟକ୍ତିଗତ ସଚିବ ମାତୃପ୍ରସାଦ ମିଶ୍ର, ସମାଜସେବୀ ସୁନୀଲ ପ୍ରଧାନ, ପ୍ରଶାନ୍ତ କୁମାର ବେହେରା ଓ LAP ITI କ୍ଷତିଗ୍ରସ୍ତ ପ୍ରଜା ସଂଘ ସଭାପତି ଦିବ୍ୟ ରଞ୍ଜନ, ସମ୍ପାଦକ ଶଶାଙ୍କ ଶେଖର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସକାଳ ୬ ଟାରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ବେଳେ ନାଲକୋର ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ବୁଝାଇଥିଲେ। କିନ୍ତୁ କ୍ଷତି ପୂରଣ ନ ମିଳିବା ଯାଏଁ ଆନ୍ଦୋଳନ ହଟିବ ନାହିଁ ବୋଲି ଧାରଣାରତ କ୍ଷତିଗ୍ରସ୍ତ ଅଡ଼ି ବସିଥିଲେ। ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ବଅଁରପାଳର ଆସିଷ୍ଟାଣ୍ଟ ତହସିଲଦାର ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ଥିବା ବେଳେ ନାଲକୋ, ବିକ୍ରମପୁର ଓ ଅନୁଗୁଳ ସଦରର ଥାନା ଅଧିକାରୀ ଘଟଣା ଉପରେ ନଜର ରଖିଛନ୍ତି।

Share

Leave a Reply