ବଇଣ୍ଡା ମଣ୍ଡଳରେ ବିଜେପିର ନାରୀଶକ୍ତି ବନ୍ଦନ ପଦଯାତ୍ରା ଆୟୋଜିତ

You are currently viewing ବଇଣ୍ଡା ମଣ୍ଡଳରେ ବିଜେପିର ନାରୀଶକ୍ତି ବନ୍ଦନ ପଦଯାତ୍ରା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବଇଣ୍ଡା ମଣ୍ଡଳରେ ବିଜେପି ପକ୍ଷରୁ ନାରୀଶକ୍ତି ବନ୍ଦନ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ମହିଳାଙ୍କ ପାଇଁ ସମର୍ପିତ, ମୋଦି ସରକାରଙ୍କର ସମସ୍ତ ଯୋଜନା ମହିଳାଙ୍କ ଉଦ୍ଦେଶ୍ୟରେ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ବିଜେପି ନେତା ଭାଗିରଥି ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବିଧାନସଭା ସହପ୍ରଭାରୀ ସୁଦୀପ୍ତ ସ୍ୱାଇଁ, ମଣ୍ଡଳ ସଭାପତି ବାନାମ୍ବର ପ୍ରଧାନ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରତିମା ସାହୁ, ସୁମତି ସାହୁ, ସସ୍ମିତା ପ୍ରଧାନ ସମେତ ମଣ୍ଡଳର ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply