ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୁକୁଡ଼ାଙ୍ଗ ମଣ୍ଡଳ ବିଜେପି ପକ୍ଷରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମହିଳା ମୋର୍ଚ୍ଚାର ସଦସ୍ୟା ମାନଙ୍କୁ ନେଇ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲିନ ଦାସଙ୍କ ସଭାପତିତ୍ବରେ ଅନଷ୍ଠିତ ଏହି ସଭାରେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ମହିଳାଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏହି ବିଷୟରେ ବିସ୍ତୃତ ଭାବେ ବକ୍ତବ୍ୟ ରଖିବା ସହିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବିକାଶ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି ସଭାରେ ମୁଖ୍ୟବକ୍ତା ଭାବେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ ଯୋଗ ଦେଇ ନରେନ୍ଦ୍ର ମୋଦି ସରକାରଙ୍କ ବିକାଶମୂଳ କାର୍ଯ୍ୟ ବାବଦରେ ସାଧାରଣ ଜନତାଙ୍କୁ ଜଣାଇବା ସହିତ ରାଜ୍ୟ କିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବେ ସେ ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।
ଆଜି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ,ଜିଲ୍ଲା ମହିଳା ସଭା ନେତ୍ରୀ ବସନ୍ତମଞ୍ଜରୀ ପ୍ରଧାନ , କୁକୁଡାଙ୍ଗ ମଣ୍ଡଳର ସଭା ନେତ୍ରୀ ତିଳୋତ୍ତମା ସାମନ୍ତ,ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଦିଲ୍ଲୀପ କୁମାର ପ୍ରଧାନ , ଅନୁଗୋଳ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଯଯାତି ପଟନାଏକ, କୁକୁଡାଙ୍ଗ ମଣ୍ଡଳ ସଭାପତି ଫକୀର ମୋହନ ସାହୁ , ଜିଲ୍ଲା ବିଜେପି ଉପ ସଭାପତି ଅମୀୟ ତ୍ରିପାଠୀ ତଥା କୁକୁଡ଼ାଙ୍ଗ ମଣ୍ଡଳର ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ ଓ ସଭାପତି ସମେତ ୫ ହଜାରରୁୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ।