ବର୍ଷା ଯୋଗୁ ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ପାଣି, ଯାତାୟାତ ସାଂଘାତିକ ଭାବେ ବାଧାପ୍ରାପ୍ତ

You are currently viewing ବର୍ଷା ଯୋଗୁ ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ପାଣି, ଯାତାୟାତ ସାଂଘାତିକ ଭାବେ ବାଧାପ୍ରାପ୍ତ

ଅନୁଗୁଳ: ରାଜ୍ୟରେ ଚାଲିଥିବା ଲଗାଣ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସହ ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି।

ଗାୟତ୍ରୀ ଠିକାସଂସ୍ଥା ରାସ୍ତାର ନିର୍ମାଣ କାର୍ଯ୍ୟକୁ ଅଧା ପନ୍ତରିଆ ଛାଡି ଯାଇଥିବା ବେଳେ ବହୁ ଦାବି ପରେ ଏବେ ଅନ୍ୟ ଏକ ଠିକାସଂସ୍ଥା ରାସ୍ତା କାର୍ଯ୍ୟ କରୁଥିଲା। ବୁଢାପଙ୍କ ଠାରୁ ବଅଁରପାଳ ଛକ ପର୍ଯ୍ୟନ୍ତ ନିର୍ମାଣ ତଥା ମେଟାଲିଙ୍ଗ କାର୍ଯ୍ୟ ସରିଥିବା ବେଳେ ପିଚୁ କାମ ବାକି ଥିଲା। କିନ୍ତୁ ନିୟମିତ ବର୍ଷା ହେଉଥିବାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଇପାରିନାହିଁ। ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଥିବାରୁ ଯାତାୟାତରେ ବାଧା ଉପୁଜିଛି। ବର୍ଷା ପରେ ତୁରନ୍ତ ରାସ୍ତା କାମ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share

Leave a Reply