ଅନୁଗୁଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ଠାରୁ ବଡକେରା ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ ଗାଈଗୋରୁ ମାନଙ୍କ ଗୁହାଳ ପାଲଟିଛି। ବିଶେଷ କରି ରାତିରେ ଗାଡ଼ି ଚଳେଇବା ବିପଦ ସୃଷ୍ଟି କରୁଛି। ଜିଲ୍ଲାରେ କାଞ୍ଜିଆ ହୁଦାର ବ୍ୟବସ୍ଥା ନ ଥିବାବେଳେ ଗାଈ ମାଲିକ ମାନଙ୍କର ଅବହେଳା କାରଣରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଅଯଥାରେ ଦୁର୍ଘଟଣା ଘଟି ଧନ ଜୀବନ ଯିବା ସହ କଥାକହିପାରୁ ନ ଥିବା ନିରୀହ ଗାଈ ଗୋରୁ ମାନେ ବଳି ପଡ଼ୁଛନ୍ତି। ତେବେ ଏଠି ପ୍ରଶାସନର ଅବହେଳା ନା ଗାଈ ମାଲିକ ମାନଙ୍କର ଅବହେଳା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି?
ଗାଈ ଗୁହାଳ ପାଲଟିଛି ଜାତୀୟ ରାଜପଥ
- Post published:July 7, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul