ଜାତୀୟ ପ୍ରେସ୍ ଦିବସ: ସ୍ବାର୍ଥ ଓ ସାର୍ବଭୌମତା ରକ୍ଷା ସାମ୍ବାଦିକତାର ପ୍ରଥମ ପ୍ରାଧାନ୍ୟ

0

ଅନୁଗୁଳ: ଓଡ଼ିଶା ସାମ୍ବାଦିକ ସଂଘ(ଓୟୁଜେ) ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ(ଏଡିୟୁଜେ) ତରଫରୁ ଜାତୀୟ ପ୍ରେସ୍ ଦିବସ ହୋଟେଲ ପ୍ରଶାନ୍ତି ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶ୍ଵ ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ ସାହୁ ମୁଖ୍ୟବକ୍ତା ଭାବେ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ପୌର ଉପାଧ୍ୟକ୍ଷା ଅନୁପମା ସାହୁ ଓ ଯୋଗାଚାର୍ଯ୍ୟ ଅଭୟ ରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମାଜ ଗଠନରେ ପ୍ରେସର ଭୂମିକା ପ୍ରସଙ୍ଗରେ ଅଭିଭାଷଣ ପ୍ରଧାନ କରିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ପାଣି ପ୍ରେସ୍ ଅଭିବ୍ୟକ୍ତି ବଜାୟ ରଖିବା ସବୁ ବର୍ଗର ବ୍ୟକ୍ତିଙ୍କର ମାନସିକତା ରହିବା ଉଚିତ୍ ବୋଲି ପ୍ରକାଶ କରିଥଲେ । ମୁଖ୍ୟବକ୍ତା ଶ୍ରୀ ସାହୁ ନିରପେକ୍ଷତା ସାମ୍ବାଦିକ ଏକ କ୍ଳୀବ ଶଦ୍ଦ ଅଟେ । ପ୍ରେସ୍ ପକ୍ଷଭୁକ୍ତ ପ୍ରକାଶନ କରିବା ଉଚିତ୍ ଅଟେ । ମିଥ୍ୟା ଓ ଅନ୍ୟାୟର ବିରୁଦ୍ଧରେ ଯାଇ ସତ୍ୟ ଓ ନ୍ୟାୟର ସମର୍ଥନର ପକ୍ଷଭୁକ୍ତ ଖବର ପ୍ରସାରଣ କରିବା ହିଁ ପ୍ରେସ୍ ର ଭୂମିକା ଅଟେ । କେବଳ ଆଜିର ଦିନରେ ନୁହେଁ ପୁରାଣ ଯୁଗରେ ମଧ୍ୟ ଯେଉଁ ସ୍ଥାନକୁ ସମସ୍ତେ ଯାଇପାରନ୍ତି ନାହିଁ ନାରଦଙ୍କ ଭଳି କିଛି ଚରିତ୍ର ମଧ୍ୟସ୍ଥି ବା ସମ୍ବାଦ ସରବରାହର କାର୍ଯ୍ୟ ସମ୍ପାଦନ କରୁଥିଲେ ଯାହା ଆଜିର ଯୁଗରେ ସାମ୍ବାଦିକ ମାନଙ୍କ ଭୂମିକା ଅଟେ । ଜାତୀୟ ପ୍ରେସ୍ ଦିବସର ଚଳିତ ବର୍ଷର ପ୍ରସଙ୍ଗ “ବିଶ୍ବ ରାଜନୀତି ଓ ସାମ୍ବାଦିକତା” ବିଷୟରେ ଏଡିୟୁଜେର ସଭାପତି ସୁବାସ ସାହୁ ଆଲୋକପାତ କରିଥିଲେ ।

ସାମ୍ବାଦିକ ଅଜିତ୍ କୁମାର ଧର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏଡିୟୁଜେର ସମ୍ପାଦକ ସନ୍ତୋଷ କୁମାର ମିଶ୍ର ମଞ୍ଚାସୀନ ରହିଥିବା ବେଳେ କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଏଡିୟୁଜେ ସମସ୍ତ ସଦସ୍ୟ ଓ ଜିଲ୍ଲାର ବହୁ ପ୍ରତିଷ୍ଠିତ ସାମ୍ବାଦିକ ତଥା ବ୍ୟକ୍ତି ବିଶେଷ ଉପସ୍ଥିତି ରହିଥିଲେ ।

Leave A Reply

Your email address will not be published.

error: Content is protected !!