ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ନିରାପଦ ମାତୃତ୍ବ ଦିବସ ପାଳିତ, ଗର୍ଭାବସ୍ଥାରେ ବିପଦ ଲକ୍ଷଣ ଚିହ୍ନଟ ଉପରେ ଗୁରୁତ୍ୱ

You are currently viewing ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ନିରାପଦ ମାତୃତ୍ବ ଦିବସ ପାଳିତ, ଗର୍ଭାବସ୍ଥାରେ ବିପଦ ଲକ୍ଷଣ ଚିହ୍ନଟ ଉପରେ ଗୁରୁତ୍ୱ

ଅନୁଗୁଳ : ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ନିରାପଦ ମାତୃତ୍ବ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ.ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରି ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ନିରାପଦ ମାତୃତ୍ବ ସମ୍ପର୍କରେ ଆଲୋଚନା କରିଥିଲେ।

ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଦିଲ୍ଲୀପ କୁମାର ପଟ୍ଟନାୟକ ଗର୍ଭାବସ୍ଥାରେ ବିପଦ ଲକ୍ଷଣ ଯଥାଶୀଘ୍ର ଚିହ୍ନଟ କରି ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ପୂର୍ଣ୍ଣିମା ଉଦ୍‌ଗାତା ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ନିରାପଦ ମାତୃତ୍ବର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦୀପକ ମହାନ୍ତି, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ବିଶ୍ବବିହାରୀ ମହାନ୍ତି, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ,ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସାଧନ କର୍ମୀ (ରିସୋର୍ସ ପର୍ସନ) ଭାବେ ଡ.ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply