ଜାତୀୟ ବିଜ୍ଞାନ ଦିବସ ପାଳିତ

You are currently viewing ଜାତୀୟ ବିଜ୍ଞାନ ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏହି ସମାରୋହକୁ ଉଦଘାଟନ କରି ଛାତ୍ର ଛାତ୍ରୀ ବିଜ୍ଞାନ ମନସ୍କ ହେବାକୁ ପରାମର୍ଶ ଦେଇଥିଲେ।ସେହିଭଳି ଶିକ୍ଷକ ମାନେ ମଧ୍ୟ ସମାଜ କଲ୍ୟାଣରେ ବିଜ୍ଞାନକୁ କିଭଳି ବ୍ୟବହାର କରାଯାଇପାରିବ ସେଥିନେଇ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ସାହୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଆମ୍ବୁଜ ଗଡ଼ନାୟକ ସଭା ପରିଚାଳନା କରିଥିଲେ।ପ୍ରସିଦ୍ଧ ବୈଜ୍ଞାନିକ ସିଭି ରମଣଙ୍କ ଜନ୍ମ ଦିନରେ ତାଙ୍କ କାର୍ଯ୍ୟାବଳୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ।

Share

Leave a Reply