‘ଆବାସ’ ହିତାଧିକାରୀ ଚୟନରେ ଅନିୟମିତତା ପଞ୍ଚାୟତ ଅଫିସ୍‌ରେ ତାଲା ଠୁଙ୍କିଲେ

0

ଅନୁଗୁଳ:ପାଳଲହଡ଼ା ବ୍ଲକ ନମପଶି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚାୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଥିବା ପଞ୍ଚାୟତର ୧୧ଟି
ଗାଁର ପାଖାପାଖି ୮୦ ଜଣ ଆବେଦନକାରୀ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଏ ସଂପର୍କରେ ପ୍ରଶାସନକୁ ଦାବିପତ୍ର ଦେଇଛନ୍ତି।ହିତାଧିକାରୀ ତାଲିକାରେ ଧନୀଲୋକଙ୍କ ନାମ ରହିଛି। ଲାଞ୍ଚ ନେଇ ହିତାଧିକାରୀ ଚୟନ କରାଯାଉଛି ବୋଲି ବଞ୍ଚିତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ଘଟଣାର ତଦନ୍ତ ସହ ଉପଯୁକ୍ତ ହିତାଧିକାରୀ ଚୟନ କରାଯିବାକୁ ଦାବି କରିଛନ୍ତି। ସେ ପର୍ଯ୍ୟନ୍ତ ସେମାନେ ସର୍ଭେ କରାଇଦେବେ ନାହିଁ। ତୁରନ୍ତ ଗରିବ ଲୋକଙ୍କୁ ଘର ନମିଳିଲେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!