ଅନୁଗୁଳ: ଦୋକାନରୁ ଚୋରି ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ଲକ୍ଷ୍ମଣ କୁମାର ସ୍ୱର୍ଣକାର। ତାର ଘର ବିହାରର ସହର୍ସା ଜିଲ୍ଲାରେ ବୋଲି ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ହେମସୁପଡ଼ାର ଶୁଭ୍ରଜିତ୍ ସାମଲଙ୍କ ଏକ ସ୍ପୋର୍ଟ ଦୋକାନ ଅମଲାପଡ଼ାରେ ରହିଛି। ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ ଅଭିଯୁକ୍ତ ଲକ୍ଷ୍ମଣ ତାଙ୍କ ଦୋକାନରେ ପହଞ୍ଚିଥିଲା। କିଛି କ୍ରୀଡ଼ା ସାମଗ୍ରୀ କିଣିବାକୁ କହିଥିଲା। ଶୁଭଜିତ୍ କ୍ରୀଡ଼ା ସାମଗ୍ରୀ ଦେଖାଇଲା ବେଳକୁ ସେ କ୍ୟାସ୍ବକ୍ସରୁ ୨ ହଜାର ଟଙ୍କା ଓ ପର୍ଫ୍ୟୁମ୍ ଧରି ଚମ୍ପଟ ମାରିଥିଲା। ଶୁଭ୍ରଜିତ୍ ଓ ତାଙ୍କ ପାଖ ଦୋକାନୀ ତାଙ୍କୁ ପିଛା କରିବା ସତ୍ତ୍ଵେ ଧରି ପାରିନଥିଲେ। ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।
ପର୍ଫ୍ୟୁମ୍ ଚୋରି ଅଭିଯୋଗରେ ଜଣେ ଗିରଫ
- Post published:July 30, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul