ଖେଳରତ୍ନ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀରେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଆୟୋଜିତ

You are currently viewing ଖେଳରତ୍ନ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀରେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଆୟୋଜିତ

ଅନୁଗୁଳ: ଖେଳରତ୍ନ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ “ଜାତୀୟ କ୍ରୀଡା ଦିବସ” ଆୟୋଜିତ ହୋଇଛି। ଏ ଅବସରରେ ସକାଳୁ କ୍ରୀଡା ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ମଚାରୀ ଓ ଶିକ୍ଷାର୍ଥୀ ଏକ ବିଶାଳ ସଚେତନତା ରାଲି କରି ସହର ପରିକ୍ରମା କରିଥିଲେ।

ପରେ କଲେଜ ପ୍ରାଙ୍ଗଣରେ ଉଭୟ ବିଇଡି ପ୍ରଥମ ଓ ଦ୍ଵିତୀୟ ବର୍ଷର ଶିକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟାଡମିଣ୍ଟନ ଫାଇନାଲ ରାଉଣ୍ଡ ଆୟୋଜିତ ହୋଇଥିଲା। ଏଥିରେ ପ୍ରଥମ ବର୍ଷର ଭଗବତ ପ୍ରଧାନ ଚାମ୍ପିୟନ ହୋଇଥିବା ବେଳେ ବିଇଡି ଦ୍ଵିତୀୟ ବର୍ଷର ଅଭିଜିତ ସେଠି ରନର୍ସ ଅପ ହୋଇଥିଲେ।

ସେହିପରି ମହିଳା ବର୍ଗ ନିମନ୍ତେ ଆୟୋଜିତ ହୋଇଥିବା ଆଳୁ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସୌମ୍ୟାଶ୍ରୀ ଦାସ, ଦ୍ଵିତୀୟ ସ୍ଥାନରେ ସେଲିନା ରାଉତରାୟ ଓ ତୃତୀୟ ସ୍ଥାନରେ ନିହାରିକା ମାଝୀ ବିଜୟୀ ହୋଇଥିଲେ।

ସେହିଭଳି ଚେସ ପ୍ରତିଯୋଗିତାରେ ସିଦ୍ଧାର୍ଥ ଶଙ୍କର ଶ୍ରୀଚନ୍ଦନ ଚାମ୍ପିୟନ ହୋଇଥିବା ବେଳେ ସରୋଜ କୁମାର ସାହୁ ରନର୍ସ ଅପ ହୋଇଥିଲେ।
କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ପ୍ରଧାନ, ସହକାରୀ ପ୍ରଫେସର ସବ୍ୟସାଚୀ ଦାସ, ପ୍ରତ୍ୟୁଷ ରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ବନମାଳୀ ବାଗ, ଜୟନ୍ତୀ ପ୍ରଧାନ, ମିତାଲି ସ୍ୱାଇଁ , ଅଜୟ କୁମାର ସ୍ୱାଇଁ, ବିଦ୍ୟୁତପ୍ରଭା ସାହୁ, ସୁଚିସ୍ମିତା ବେହେରା, ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply