ଜାତୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ

You are currently viewing ଜାତୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ

ଅନୁଗୁଳ: ଅନୁଗୁଳ ବନରାଜିକ ମହାବିଦ୍ୟାଳୟ ପରିସରରେ ୭୧ ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଆରମ୍ଭ ହେଇଛି।ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ପ୍ରଦୀପ ଜାଳି ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଅନୁଗୁଳ,ଢେ଼ଙ୍କାନାଳ,ଦେବଗଡ଼ ଜିଲ୍ଲାରେ ବନ୍ୟପ୍ରାଣୀଙ୍କ ଶାନ୍ତିପୂର୍ଣ୍ଣ  ସହାବସ୍ଥାନ ନେଇ କିଭଳି ସମସ୍ୟା ସୃଷ୍ଟି ହେଉଛି ତାହା ବର୍ଣ୍ଣନା କରିଥିଲେ। ସଚେତନତାର ଅଭାବ, ମଣିଷର ଅର୍ଥଲୋଲୁପ ମନୋଭାବ ଯୋଗୁଁ ବନ୍ୟପ୍ରାଣୀ ବିଶେଷ କରି ଓଡ଼ିଶାରେ ହାତୀ ଓ ବାଘ ବଂଶ ଏବେ ବିପଦରେ ଅଛି। ଅବୈଧ ଶିକାରକୁ ରୋକିବା ସହ ଅଧିକରୁ ଅଧିକ ଗଛ ଲଗାଇ ସବୁଜିମା ବଢାଇଲେ ବନ୍ୟ ପ୍ରାଣୀଙ୍କ ବଂଶ ବୃଦ୍ଧି ହୋଇପାରିବ ବୋଲି ଶ୍ରୀ ଭୋଇ କହିଥିଲେ।

ମୁଖ୍ୟ ବକ୍ତା ଭାବେ ଆରସିସିଏଫ ସଞ୍ଜୟ କୁମାର ସ୍ବାଇଁ ବନ୍ୟ ପ୍ରାଣୀ ସପ୍ତାହ ପାଳନର ଗୁରୁତ୍ବ ଏବଂ ଏ ପ୍ରସଙ୍ଗରେ ରାଜ୍ୟ ବନ୍ୟ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।ସଭାରେ ସ୍ବାଗତ ଭାଷଣ ଦେଇ ସାତକୋଶିଆ ବନଖଣ୍ଡ ଡିଏଫ୍ଓ ଗଦାଧର ପାତ୍ର ହାତୀ ମେରେ ସାଥୀ ବଦଳରେ ଏବେ ଦୁଷ୍ମନ୍ ପାଲଟିଛି ବୋଲି କହିଥିଲେ। ଜଙ୍ଗଲରେ ଖାଦ୍ୟର ଅଭାବ,ଜଙ୍ଗଲ ସମ୍ପଦ ଧ୍ଵଂସ,ସହରୀକରଣ ବୃଦ୍ଧି ହେତୁ ହାତୀ ମଣିଷ ବିବାଦ ବଢୁଛି ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ଏବଂ ଉପଵନ ସଂରକ୍ଷକ କଳ୍ପନାମୟୀ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହାପରେ ବିଭିନ୍ନ ଉପଖଣ୍ଡର କୃତି ବନ ସଂରକ୍ଷଣ ସମିତି ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ଓ ମାନପତ୍ର ଦିଆଯାଇଥିଲା।

ସେହିଭଳି ବନ୍ୟପ୍ରାଣୀ ସପ୍ତାହ ଅବସରରେ ହୋଇଥିବା ଏକ ଡ୍ରଇଂ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମାରୋହରେ ବହୁ ବନ ବିଭାଗ କର୍ମଚାରୀ ଓ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ ।

Share

Leave a Reply