ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ଆରମ୍ଭ

You are currently viewing ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ଆରମ୍ଭ

ତାଳଚେର: ଆଶ୍ୱିନ ମାସରେ ଦଶହରା ଉପଲକ୍ଷେ ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଘୋଡ଼ାଶାଳ ନିକଟସ୍ଥ ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ରୀତିନୀତି ଅନୁସାରେ ଆରମ୍ଭ ହୋଇଛି।

ପୂଜକମାନେ ଶୁକ୍ଳବସ୍ତ୍ର ପରିଧାନ କରି ପ୍ରାତଃ ସମୟରେ ମା’ଙ୍କୁ ସ୍ନାନ କରାଇ କଳାଶାଢ଼ୀ, କାଚ, ସିନ୍ଦୂର, ଫୁଲ, ଦୀପ, ଝୁଣା ଆଦି ଅର୍ପଣ କରି ଝାଞ୍ଜ, ଘଂଟ ଓ ବାଦ୍ୟ ସହ ପୂଜା କରିଥିଲେ। ପୂଜା ସମୟରେ ଝୁଣା ଓ ଧୂପର ସୁଗନ୍ଧରେ ଅଞ୍ଚଳଟି ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିଲା। ଭକ୍ତମାନେ ମନସ୍କାମନା ପୂରଣ ପାଇଁ ମାନସିକ କରିଥିଲେ। ସପ୍ତମୀ, ଅଷ୍ଟମୀ ଓ ନବରାତ୍ରୀ ପରେ ଦଶମୀ ଦିନ ଦଶହରା ପାଳନ କରାଯିବ। ଏହାକୁ ନେଇ ଅଞ୍ଚଳରେ ଉତ୍ସାହ ଓ ଉଲ୍ଲାସମୟ ବାତାବରଣ ଦେଖାଦେଇଛି।

Share

Leave a Reply