ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବଳୁଅକଟା ଗାଁ ରୂପାଡାହି ସାହିରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଅବସରରେ ମା ପିତବଳୀଙ୍କ ପିଢ଼ରେ ଶୁକ୍ରବାର ଠାକୁରାଣୀଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହେବ।
ଏଥିନେଇ ଗ୍ରାମବାସୀଙ୍କ ମନରେ ଅନେକ ଆଗ୍ରହ ପ୍ରକାଶ ପାଇଛି। ବାର୍ଷିକ ପୂଜା ଅବସରରେ ଠାକୁର।ଣୀଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯିବ। ଏଥିସହ ଠାକୁରାଣୀଙ୍କ ପାଖେ ୨୮୦ ବର୍ଗ ଫୁଟର ବିଶାଳ ବାନା ଲାଗି କରାଯିବ ଯାହାକି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି କୁହାଯାଉଛି। ମା’ ପିତାବଳୀଙ୍କ ବାର୍ଷିକ ପୂଜା ଅବସରରେ ବହୁ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।















