ଅନୁଗୁଳ : ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସପି) ପକ୍ଷରୁ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ ହୋଇଛି। ଏ ଅବସରରେ ସାମାଜିକ ତଥା ସୁସ୍ଥ ସ୍ୱାସ୍ଥ୍ୟଗଠନ ସମ୍ପର୍କିତ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ପ୍ରଥମେ ଦେବଭୂମି ସ୍ଥିତ ଜିନ୍ଦଲ ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜା ସହିତ ଉତ୍ସବ ଆରମ୍ଭ ହୋଇଥିଲା। ସକାଳେ ଜେଏସପି ଅନୁଗୁଳ ପ୍ଲାଣ୍ଟର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମାଲହାନ ଜିନ୍ଦଲ ନଗର ଟାଉନସିପ୍ ମଧ୍ୟରେ ଏକ ମିନି-ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମିନି-ମାରାଥନର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ସଂଲଗ୍ନ ଗୋଲାବନ୍ଧ ଗ୍ରାମରେ ନୂତନ ଭାବରେ ବିକଶିତ ଖେଳପଡ଼ିଆରେ ଏକ ପାଭିଲିୟନର ଉଦଘାଟନ କରାଯାଇଥିଲା।
ବେଣାଗାଡ଼ିଆ ଏବଂ ଗୋଲାବନ୍ଧ ଗାଁର ଯୁବକମାନେ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ପରେ ନବୀନ ଜିନ୍ଦଲ ସ୍କିଲ୍ ସେଣ୍ଟର, ସେଫ୍ଟି ପାର୍କ, ଭଲିବଲ୍ ଷ୍ଟାଡିୟମ୍ ଏବଂ ଏକ ନୂତନ କ୍ୟାଣ୍ଟିନ୍ ସମେତ ଅନେକ ପ୍ରମୁଖ ଭିତ୍ତିଭୂମି ବିକାଶର ଉଦଘାଟନ କରାଯାଇଥିଲା। ଜେଏସପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଦାମୋଦର ମିତ୍ତଲଙ୍କ ସମେତ ପଙ୍କଜ ମାଲହାନ, ଦିନେଶ ତ୍ରିପାଠୀ, ଦିଲ୍ଲୀପ ସିହ୍ନା, ଯୋଗ ଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ, ବିଜୟ ସିଂ, ବ୍ରିଗେଡିୟର ଦୀନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।