ଅନୁଗୁଳ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ ଉପଲକ୍ଷେ ଛାତ୍ର ସଂଗଠନ ଡିଏସ୍ଓ ଏବଂ ଯୁବ ସଙ୍ଗଠନ ଡିୱାଇଓର ମିଳିତ ଉଦ୍ୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଗୁଳ ବସ୍ଷ୍ଟାଣ୍ଡଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଡିୱାଇଓ ଆଞ୍ଚଳିକ କମିଟି ସମ୍ପାଦିକା ଜ୍ୟୋତ୍ସ୍ନା ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ପ୍ରମୋଦ କୁମାର ପ୍ରଧାନ, ଡିୱାଇଓ ରାଜ୍ୟ ସଭାପତି ମାନସ ପାଳ ପ୍ରମୁଖ ବକ୍ତବ୍ୟ ରଖି ନେତାଜୀଙ୍କ ଜୀବନ ସଂଗ୍ରାମରୁ ଶିକ୍ଷାନେଇ ଛାତ୍ର ଯୁବକମାନେ ପ୍ରଚଳିତ ସମାଜର ଅନ୍ୟାୟ, ଶୋଷଣ, ସାମ୍ପ୍ରଦାୟିକ ଚିନ୍ତାଧାରା ବିରୋଧରେ ଲଢ଼େଇ କରିବାସହ ଏକ ଶୋଷଣହୀନ ସମାଜ ପ୍ରତିଷ୍ଠା ପାଇଁ ଦାୟିତ୍ଵବାନ୍ ହେବାକୁ ଆହ୍ବାନ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ରଜତରଞ୍ଜନ ଦାସ, ରବୀନ୍ଦ୍ରନାଥ ପ୍ରଧାନ, ବ୍ରଜବନ୍ଧୁ ସାହୁ, ବିଷ୍ଣୁ ସାହୁ, ଡିୱାଇଓ ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ସଙ୍ଗଠକ ମଳୟ ବେହେରା, ରାଜେଶ ପାଳ, ସୋରେନ୍ ସାହୁ, ଡିଏସ୍ଓ ଜିଲ୍ଲା ସମ୍ପାଦକ ନାରାୟଣ ନାୟକ, ନିରୂପମା ନାୟକଙ୍କ ସମେତ ଛାତ୍ର ଯୁବକମାନେ ଉପସ୍ଥିତ ଥିଲେ।
ନେତାଜୀଙ୍କ ୧୨୫ତମ ଜୟନ୍ତୀ
- Post published:January 23, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul