ଅନୁଗୁଳ: ଅନୁଗୁଳ ଭେସୁଭିୟସ ଇଣ୍ଡିଆ ଲିମିଟେଡ ତରଫରୁ ଖଲାରୀ ଉଚ୍ଚ ବିଦ୍ୟାଳୟରେ ବାୟୋ ଟଏଲେଟ ପ୍ରଦାନ କରାଯାଇଛି।
ଭେସୁଭିୟସ ଲିମିଟେଡ ୨୦୨୨ ମସିହାରୁ ଇତି ମଧ୍ୟରେ ୫୪୦୦ ଟି ବିଦ୍ୟାଳୟରେ ଜଳ ଓ ପରିମଳ କାର୍ଯ୍ୟକ୍ରମ କରିସାରିଛନ୍ତି। ଏହି କାର୍ଯ୍ୟକ୍ରମ ଯୋଗୁ ୩୮% ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ପାଇଛି। ୧୧ ଟି ବିଦ୍ୟାଳୟରେ ଭେସୁଭିୟସ ତରଫ ରୁ ସି.ଏସ.ଆର ଦ୍ଵାରା ଭାଇଜାକ ଓ କୋଲକାତା ସମେତ ଓଡ଼ିଶା ରେ ଅନେକ ଜନ ହିତକର କାର୍ଯ୍ୟ କରାଯାଇଛି। ଫଳରେ ବାଳିକାମାନେ ନିଜକୁ ସୁରକ୍ଷିତ ଓ ସଶକ୍ତ ମଣୁଛନ୍ତି ବୋଲି ଆୟୋଜକ ସୂଚନା ଦେଇଥିଲେ।
ସ୍ଥାନୀୟ ଖଲାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷା କୃଷ୍ଣା ମହାନ୍ତି ଉଦଘାଟିତ କରିଥିଲେ। କାର୍ଯ୍ୟକ୍ରମକୁକୁ ଜିନ୍ଦଲ ଓ ଭିସୁଭିୟସ ଇଣ୍ଡିଆ ଲିମିଟେଡ ପରିଚାଳିନା କରିଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ସ୍ବାସ୍ଥ୍ୟ ରକ୍ଷାର ୫ ଟି ନିୟମ ଉପରେ ପିଲାଙ୍କୁ ସୂଚନା ଦେଇଥିଲେ।
ଅପରାହ୍ନରେ ବାଳିକାଙ୍କୁ ଜଳ ପରିମଳ ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଥିଲା।
ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପ୍ରଧାନ ଭେସୁଭିୟସ ଅନୁଷ୍ଠାନକୁ ମାନପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପର୍ଶୁରାମ ଦାଶ, ଅଜୟ ଭାଇ, ଇଂ ଧନେଶ୍ୱର ସାହୁ, ସରସ୍ଵତୀ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।















