ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ: ବୟସ୍କଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ

You are currently viewing ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ: ବୟସ୍କଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୩ର ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେମାନଙ୍କ ଅବଦାନକୁ ଚିହ୍ନିବା ଓ ସେମାନଙ୍କ ଜୀବନ ଉପରେ ପ୍ରଭାବ ପକାଉଥିବା ବିଷୟ ଗୁଡିକ ଆଲୋଚନା କରିବା ପାଇଁ ପ୍ରତି ବର୍ଷ ଏହି ଦିନଟିକୁ ପାଳନ କରାଯାଏ ବୋଲି ମତ ପ୍ରକାଶ ପାଇଥିଲା।

ଏ ଅବସରରେ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏଥିରେ ପ୍ରଜ୍ଞା ଜାଗୃତି ସ୍ବାଭିମାନର ମୁଖ୍ୟ ସଂଯୋଜକ ସୁଧାଂଶୁ ଶେଖର ଦାସ ଯୋଗଗୁରୁ ଭାବେ ବରିଷ୍ଠ ନାଗରିକଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପରେ ଅସ୍ଥିଶଲ୍ୟ, ଭେଷଜ ଓ ଚକ୍ଷୁ ବିଭାଗର ବିଶେଷଜ୍ଞଙ୍କ ଦ୍ବାରା ଏକ ମେଗା ସ୍ବାସ୍ଥ୍ୟ ଶିବିର ଓ ସାଇଟ ସେଭର ସଂସ୍ଥା ଦ୍ବାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଜିନ୍ଦଲ ଅନୁଷ୍ଠାନ ଦ୍ବାରା ପରିଚାଳିତ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଯାନ “ସ୍ବସ୍ତି ଏକ୍ସପ୍ରେସ” ଦ୍ବାରା ଫିଜିଓଥେରାପି କରାଯାଇଥିଲା। ପରେ ଏକ ସାଧାରଣ ସଭାର ଆୟୋଜନ କରଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ନିଳୟ ଓ ଅମୃତ ଅନୁଷ୍ଠାନ କଳାକାର ସଂସ୍ଥା ଦ୍ବାରା ନୃତ୍ୟ ଏବଂ ନାଟକ ପରିବେଷଣ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବିଶ୍ବ ବିହାରୀ ମହାନ୍ତି, ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟର ଉପ ସାଧାରଣ ପରିଚାଳକ ଆଶୁତୋଷ ମିଶ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ରଙ୍କ ସମେତ ବରିଷ୍ଠ ନାଗରିକ ସଂଘର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

Share

Leave a Reply