ଚାରିମଲିକରେ ନୂଆ ବ୍ଲକ୍‌ ପାଇଁ ବୈଠକ

You are currently viewing ଚାରିମଲିକରେ ନୂଆ ବ୍ଲକ୍‌ ପାଇଁ ବୈଠକ

ବଇଣ୍ଡା: ଅନୁଗୁଳ ଜିଲାର ଚାରିମଲିକ ଅଞ୍ଚଳରେ ଏକ ନୂଆ ବ୍ଲକ୍‌ ପ୍ରତିଷ୍ଠା କରିବା ଦାବିରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପାଇକସାହି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ପାଇକସାହି ଗ୍ରାମପଞ୍ଚାୟତର ସରପଞ୍ଚ ନିରୋଜକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବଣପାହାଡ଼ ଘେରା ଅଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ୧୭ଟି ପଞ୍ଚାୟତକୁ ନେଇ ଏକ ନୂଆ ବ୍ଲକ୍‌ ଗଠନ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ। ଆଠମଲିକ ବ୍ଲକ୍‌ ତଥା ଠାକୁରୁଗଡ଼ ଥାନା ଅନ୍ତର୍ଗତ ଠାକୁରୁଗଡ଼, ମଇମୁରା, କନ୍ତପଡ଼ା, ଟାପଢ଼ୋଲ, ପାଇକସାହି, ସାପଘରା, ପେଡ଼ିପଥର, ସାନହୁଲା, କୁରୁମଟାପ, କୃତିବାସପୁର, ଆମ୍ବସରମୁଣ୍ଡା ଆଦି ଗ୍ରାମପଞ୍ଚାୟତସହ ଅନୁଗୁଳ ବ୍ଲକ୍‌ ତଥା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡ଼ା, ପୁରୁଣାକୋଟ, ଜଗନ୍ନାଥପୁର, ଟାଇଁସି, କୋଠଭୂଇଁ ଓ ଅନ୍ତୁଳିଆ ଆଦି ଗ୍ରାମପଞ୍ଚାୟତର ମଧ୍ୟସ୍ଥଳରେ ଏକ ନୂଆ ବ୍ଲକ୍‌ ଗଠନ କରିବାର ପ୍ରସ୍ତାବ ସରକାରଙ୍କ ନିକଟରେ ଦାବି କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏହି ସମସ୍ତ ପଞ୍ଚାୟତରେ ବସବାସ କରୁଥିବା ଜନସାଧାରଣଙ୍କ ସାମାଜିକ ଚଳଣି, ଗମନାଗମନର ଦୁରତ୍ବ ଓ ଅନ୍ୟାନ୍ୟ ଆବଶ୍ୟକତାର ଦୃଷ୍ଟିକୁ ଦେଖି ନୂଆ ବ୍ଲକ୍‌ ଗଠନ କରାଗଲେ ପ୍ରଶାସନ ଲୋକଙ୍କ ନିକଟତର ହୋଇପାରିବ ବୋଲି ଆଲୋଚନା ହୋଇଥିଲା। ଆଗାମି ଦିନରେ ଏହି ଦାବି ନେଇ ସମସ୍ତ ଅଞ୍ଚଳରେ ବୈଠକ କରାଯାଇ ଦାବକୁ ଦୃଢ଼ତାର ସହିତ ଉପସ୍ଥାପନ କରାଯିବାର କାର୍ଯ୍ୟ ଖସଡ଼ା ପ୍ରସ୍ତୁ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଧନେଶ୍ବର ସାହୁ, ରବିନାରାୟଣ ସାହୁ, ବିଶ୍ବମିତ୍ର ସାହୁ, ବିବେକା ପ୍ରଧାନ, ଗଗନ ବିହାରୀ ସାହୁ, ବିଜୟ ଦେହୁରୀ, ରଜିତ କୁମାର କର୍ଣ୍ଣ, ପ୍ରଶାନ୍ତ କୁମାର ସାହୁ, ବେଣୁଧର ସାହୁ, ପପୁ ପ୍ରଧାନ, ପ୍ରସନ୍ନ ବେହେରା, ସିଲୁ ଗଡ଼ତିୟାଙ୍କସହ ବହୁ ଅଞ୍ଚଳବାସୀ ଯୋଗ ଦେଇଥିଲେ। ଶେଷରେ ଅନିଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply