ଅନୁଗୁଳ: ମଙ୍ଗଳବାର ଦିନ ସ୍ଥାନୀୟ କ୍ରିକେଟ୍ କାଫେ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଏଥିରେ ଆଗାମୀ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି। ଆଗାମୀ ଦୁଇ ବର୍ଷର କାର୍ଯ୍ୟକାଳ ପାଇଁ ଅଧ୍ୟକ୍ଷ ଭାବରେ ରମେଶ ଶାହା, ସଚିବ ଭାବେ ଜିତେନ୍ଦ୍ର ତୁଳସିୟାନ୍, ଉପାଧ୍ୟକ୍ଷ ଭାବେ ଗୋପାଳ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର ଅଗ୍ରୱାଲଙ୍କୁ ମନୋନୀତ କରାଯାଇଛି। ପ୍ରାନ୍ତୀୟ ଉପାଧ୍ୟକ୍ଷ ପୁରୁଷୋତ୍ତମ ଅଗ୍ରୱାଲ ସମସ୍ତଙ୍କ ଶପଥ ପାଠ କରାଇଥିଲେ। ନନ୍ଦୁଲାଲ ଅଗ୍ରୱାଲ ସଭା ପରିଚାଳନା କରିଥିବା ବେଳେ ମହାବୀର ଅଗ୍ରୱାଲ, କିଶୋରୀ ଲାଲ ସରଲିୟା, ଅଶୋକ କୁମାର ମୁରାରକା, ନଟବର ଅଗ୍ରୱାଲ, ଲଡୁକିଶୋର ଅଗ୍ରୱାଲ, ମାଲଚନ୍ଦ ରାଠୀ, ପ୍ରମୋଦ ମୋଦୀ, ଚନ୍ଦନ ଅଗ୍ରୱାଲ, ଚତୁର୍ଭୁଜ ଗୋଏଲ୍, ନିର୍ମଳ ଅଗ୍ରୱାଲ, ପବନ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ଅଶୋକ ଗୋଏଲ ଓ ଭୂରୀୟା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କରୋନା ପାଇଁ ବନ୍ଦ ଥିବା ସାମୂହିକ ବିବାହ କାର୍ଯ୍ୟକ୍ରମ ପୁନଃ ଚାଲୁ ହେବ ବୋଲି ନବ ନିର୍ବାଚିତ ସଭାପତି ରମେଶ ସାହା କହିଥିଲେ। ଶେଷରେ ରୋହିତ ଲିହାଲା ଧନ୍ୟବାଦ ଅର୍ପଣ କରିଥିଲେ।
ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ନୂତନ କମିଟି ଗଠନ, ପୁଣି ଆରମ୍ଭ ହେବ ସାମୂହିକ ବିବାହ
- Post published:April 18, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


