ବାସନ୍ତୀ ଦୁର୍ଗାପୂଜା ଅବସରରେ ରକ୍ତଦାନ ଶିବିର ଓ ସାମୁହିକ ଦାଣ୍ଡିଆ

You are currently viewing ବାସନ୍ତୀ ଦୁର୍ଗାପୂଜା ଅବସରରେ ରକ୍ତଦାନ ଶିବିର ଓ ସାମୁହିକ ଦାଣ୍ଡିଆ

 

ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ଅବସରରେ ଅମଲାପଡ଼ା ମଣ୍ଡପରେ ମହାନବମୀରେ ସୂର୍ଯ୍ୟପୂଜା,ଗୋପୁଜା,ମହାନବମୀ ପୂଜା ପରେ ନବକୁମାରି ପୂଜା ଅନୁଷ୍ଠିତ ହୋଇଥିଲା। ୯ ଜଣ କୁମାରୀ କନ୍ୟାଙ୍କୁ ଦେବୀ ବେଶରେ ଆଭୂଷିତ କରାଯାଇ ବନ୍ଦାପନା କରାଯାଇଥିଲା। ସକାଳ ବେଳା ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।vମଗଧ ଯୁବ ବିକାଶ ସମିତି ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରୁ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମିତି ପକ୍ଷରୁ ସୁକାନ୍ତ ମାଝୀ,ସୋନୁ ପ୍ରସାଦ ପ୍ରମୁଖ ଶିବିର ପରିଚାଳନା କରିଥିଲେ।ସନ୍ଧ୍ୟାରେ ସାମୁହିକ ଦାଣ୍ଡିଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଅନୁଗୁଳର ବିଭିନ୍ନ ନୃତ୍ୟାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଦାଣ୍ଡିଆ ଖେଳିଥିଲେ। ମା ବାସନ୍ତୀ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତା ଗୁରୁବାର ଦଶମୀ ପୂଜା,ଅପରାଜିତା ପୂଜା ଏବଂ ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହେବ ।

Share

Leave a Reply