ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ନୂତନ କମିଟି ଇତି ମଧ୍ୟରେ ଘୋଷଣା କରାଯାଇଛି । ସଭାପତି ବିପ୍ଳବ ଜେନା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ଘୋଷଣା କରାଯାଇଛି । ନୂତନ କମିଟିରେ ଉପସଭାପତି ଭାବେ ସର୍ବଶ୍ରୀ ରମେଶ ଚନ୍ଦ୍ର ପ୍ରଧାନ, ଦିଲ୍ଲୀପ କୁମାର ରାଉତ, ବିମଳ ପ୍ରଧାନ, ବିରଞ୍ଚି ନାରାୟଣ ଧର, ସୁନିଲ କୁମାର ପ୍ରଧାନ, ଯତୀନ୍ଦ୍ର ସାହୁ, ଚିତ୍ତରଂଜନ ପ୍ରଧାନ, ମନୋଜ କୁମାର ପ୍ରଧାନ, କେଶବ ଚନ୍ଦ୍ର ଭୂତିଆ, ଗିରୀଜା ଶଙ୍କର ମିଶ୍ର, ଆଲୋକ କୁମାର ପ୍ରଧାନ, ଆଡଭୋକେଟ ଚିତ୍ତରଂଜନ ନାଏକ, ଭଗବାନ ସାହୁ, ବିଛନ୍ଦ କୁମାର ସାମଲ, ତପନ କୁମାର ପ୍ରଧାନ, ରମାନନ୍ଦ ପାଣିଗ୍ରାହୀ, ଡ. ଶ୍ରୀକାନ୍ତ ଦାସ ମନୋନୀତ ହୋଇଛି। ସେହିପରି ୨୪ ଜଣଙ୍କୁ ସାଧାରଣ ସମ୍ପାଦକ, ୪୩ ଜଣଙ୍କୁ ସଂପାଦକଙ୍କ ସମେତ ଜଣେ କୋଷାଧ୍ୟକ୍ଷ ଏବଂ ୨ ଜଣଙ୍କୁ ମିଡ଼ିଆ ସେଲ ଦାୟିତ୍ବ ଦିଆଯାଇଛି। ଏଥିସହିତ କମିଟିର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ମିଶ୍ର, ଅମ୍ବିକା ପ୍ରସାଦ ଭଟ୍ଟ, ଇଂ. ସସ୍ମିତା ବେହେରା, ସୁରେଶ କୁମାର ବେହେରା, ଜିତେନ୍ଦ୍ର କୁମାର ସାହୁ ପ୍ରମୁଖଙ୍କୁ ସ୍ଥାନ ମିଳିଛି ବୋଲି ସୂଚନା ଦିଆଯାଇଛି ।
ଅନୁଗୁଳ ଜିଲ୍ଲା କଂଗ୍ରେସର ନୂତନ କମିଟି ଗଠିତ
- Post published:August 15, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
