ଗୁରୁବାର ନୂଆ ଡାକ୍ତରଙ୍କ କାଉନସେଲିଂ

You are currently viewing ଗୁରୁବାର ନୂଆ ଡାକ୍ତରଙ୍କ କାଉନସେଲିଂ

ଅନୁଗୁଳ: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଜିଲ୍ଲାକୁ ୬୮ ଜଣ ନୂଆ ଡାକ୍ତର ଦେଇଥିଲେ।ସେମାନଙ୍କ ମଧ୍ୟରୁ ୬୩ ଜଣ ଡାକ୍ତର ଯୋଗଦାନ କରିଥିଲେ। ପୁଣି ସେମାନଙ୍କ ମଧ୍ୟରୁ ୧୯ ଜଣ ଡାକ୍ତର ପିଜି କରିବା ପାଇଁ ଡାକରା ପାଇଥିବାରୁ ଅବଶିଷ୍ଟ ୪୪ ଜଣ ଡାକ୍ତରଙ୍କ କାଉନସେଲିଂ କରାଯିବ।ପ୍ରଥମେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର,ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତା ପରେ ଉପଖଣ୍ଡ ଡାକ୍ତରଖାନା ଶେଷରେ ବଳକା ହେଲେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୋଷ୍ଟିଂ ଦିଆଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

Share

Leave a Reply