ଆକ୍ସନ ମୋଡରେ ମୋହନ ସରକାର, ୨ ମାସରେ ବନ୍ଧା ହେଲେଣି ୩୯ ଲାଞ୍ଚୁଆ ସରକାରୀ ବାବୁ

You are currently viewing ଆକ୍ସନ ମୋଡରେ ମୋହନ ସରକାର, ୨ ମାସରେ ବନ୍ଧା ହେଲେଣି ୩୯ ଲାଞ୍ଚୁଆ ସରକାରୀ ବାବୁ

ଭୁବନେଶ୍ବର: ଆକ୍ସନ ମୋଡରେ ମୋହନ ସରକାର। ବିଜେପି ସରକାର କ୍ଷମତା ଗ୍ରହଣ କରିବାର ୨ ମାସ ଭିତରେ ୩୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ ଧରାପଡିଲେଣି। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କର ଭିଜିଲାନ୍ସ ଚଢାଉ ପ୍ରଶ୍ନ ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୮୦ ଦିନରେ ୩୯ ଜଣ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ରେଡ୍ କରିଛି। ଏହା ସହିତ ୪୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଜବତ କରାଯାଇଛି ।

ସେହିପରି ଗତ ବର୍ଷକ ଭିତରେ ପାଖାପାଖି ୧୧୫ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଜବତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Share

Leave a Reply