କିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍

You are currently viewing କିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକରେ ଏକ ନୂତନ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ବେଳେ ରବିବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ଭିତ୍ତିଭୂମି ପରଖିଛନ୍ତି। ତାଙ୍କୁ ସ୍ଥାନୀୟ ପ୍ରଶାସନ ଓ କିଶୋରନଗର ଆଇନଜୀବୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଆଠମଲ୍ଲିକ ଆଇନଜୀବୀ ସଂଘ ନବ ନିର୍ବାଚିତ ସଭାପତି ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ଜିତେନ୍ଦ୍ର କୁମାର ମୁଖି, ଉପସଭାପତି ଉଗ୍ରସେନ ସେଠୀ ଓ କୋଷାଧ୍ୟକ୍ଷ ବିଶ୍ୱସୁନ୍ଦର ଶତପଥୀ ମଧ୍ୟ ପୁଷ୍ପଗୁଚ୍ଛ ପ୍ରଦାନ କରି ଜିଲ୍ଲା ଜଜଙ୍କୁ ସ୍ୱାଗତ କରିଥିଲେ।

ଜିଲ୍ଲା ଜଜ୍ ପୂର୍ବାହ୍ନରେ କିଶୋରନଗରରେ ପହଞ୍ଚି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନୂତନ କୋର୍ଟ ସ୍ଥାପନ ପାଇଁ ପ୍ରସ୍ତୁତ କରାଯାଇଥିବା ବିଜୁ ସ୍ମୁତିଭବନକୁ ଯାଇ ଆବଶ୍ୟକ ଥିବା ଭିତ୍ତିଭୂମି ପ୍ରସଙ୍ଗରେ ଉପସ୍ଥିତ ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର, ବିଡିଓ ବିନୋଦ ବିହାରୀ ବେହେରା ଓ ପୂର୍ତ୍ତବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନୂତନ କୋର୍ଟ ସ୍ଥାପନ ପାଇଁ ଆବଶ୍ୟକ ଭିତ୍ତିଭୂମି ଖୁବଶୀଘ୍ର ନିର୍ମାଣ କରାଯିବାକୁ ସେ ଉପସ୍ଥିତ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ଜିଲ୍ଲା କୋର୍ଟ ରେଜିଷ୍ଟାର ସୌମ୍ୟ ସୌରଭ, ଆଇନଜୀବୀ ବାମନ କୁମାର ମିଶ୍ର, ପ୍ରତାପ କୁମାର ପ୍ରଧାନ, ମାଧବ ଚନ୍ଦ୍ର ସାହୁ, ନବୀନ କୁମାର ପ୍ରଧାନ, ଉଗ୍ରସେନ ସେଠି, ପ୍ରାଣବନ୍ଧୁ ବେହେରା, କୀର୍ତ୍ତିପାଲ ଦାଶ, ହରେକୃଷ୍ଣ ସାହୁ, ଓମଚାନ୍ଦ ଚାରୁଚନ୍ଦ୍ରମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply