ଅନୁଗୁଳ: ଆଜି ତାଳଚେର ବ୍ଲକରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ ହୋଇଛି। ଏ ଅବସରରେ ଆୟୋଜିତ ମହିଳା ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମହେଶ ସାହୁ, ବିଧାୟକ ବ୍ରଜକିଶୋର ପ୍ରଧାନ, ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ କୁମାର ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, ଉପାଧ୍ୟକ୍ଷା ଅଂଚଲ ପ୍ରଧାନ, ୧୮ନଂ ଜୋନ ଜିଲ୍ଲା ପରିଷଦ ଅମୀୟ ପ୍ରଧାନ, ୧୯ନଂ ଜୋନ ଜିଲ୍ଲା ପରିଷଦ ବିଭୂ ପ୍ରସାଦ ପତି, ୨୦ନଂ ଜୋନ ଜିଲ୍ଲା ପରିଷଦ ସୁଶ୍ରୀ ରୀତା ରାଣୀ ଦାସ, ୨୧ନଂ ଜିଲ୍ଲା ପରିଷଦ ସତ୍ୟଭାମା ସାହୁ, ତାଳଚେର ପୌରାଞ୍ଚଳ ନଗରପାଳ ପବିତ୍ର ଭୂତିଆ, ଉପାଧ୍ୟକ୍ଷା ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଲେ।
କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟଙ୍କ ସ୍ଵୟଂ ସହାୟକ ଗୋଷ୍ଠୀର ମା’, ବିଜୁ ବରିଷ୍ଠ ଯୁବ ଛାତ୍ର ଓ ମହିଳା ଜନତା ଦଳର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।